May 27, 2026

Now Odisha

Now Odisha

 ସତର୍କ କରାଇଲେ ବିଶେଷଜ୍ଞ: ଗ୍ରୀଷ୍ମ ପ୍ରବାହ ବଢ଼ାଉଛି ଚକ୍ଷୁ ସମସ୍ୟା |

Spread the love

ଭାରତରେ ଭୟଙ୍କର ଗ୍ରୀଷ୍ମପ୍ରବାହ କେବଳ ଅଂଶୁଘାତ ଆଣୁନାହିଁ, ଏହା ଗୁରୁତର ଚକ୍ଷୁ ସମସ୍ୟା ସୃଷ୍ଟି କରୁଛି। ଆଖି ଶୁଖିଯିବା, ନାଲି ପଡ଼ିବା, ଜଳାପୋଡ଼ା, ଆଲର୍ଜି ଆଦି ଗୁରୁତର ଆଖି ସମସ୍ୟା ନେଇ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଉଥିବା ଚକ୍ଷୁ ବିଶେଷଜ୍ଞମାନେ କହିଛନ୍ତି। ତୀବ୍ର ଅତିବାଇଗଣୀ ବିକିରଣ, ଗରମ ପବନ, ଧୂଳି ଓ ଜଳଶୁୁଷ୍କତା ଏହାର କାରଣ ବୋଲି ଆଖି ଡାକ୍ତରମାନେ କହିଛନ୍ତି।ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର ବରିଷ୍ଠ ଚକ୍ଷୁ ସର୍ଜନ୍ ବିଶେଷଜ୍ଞ ଡା.ପଙ୍କଜ ରଞ୍ଜନ କହିଛନ୍ତି, ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଖିରେ ଶୁଷ୍କତା ବୃଦ୍ଧି ପାଉଛି।ପିଲାମାନେ ଅଧିକ ସମୟ ମୋବାଇଲରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ଦୃଷ୍ଟିଶକ୍ତି ସୁରକ୍ଷିତ ରଖିବା ପାଇଁ ବିଶେଷଜ୍ଞମାନେ ପାଞ୍ଚଟି ଜରୁରି ଅଭ୍ୟାସ ସୁପାରିସ କରିଛନ୍ତି। ତାହା ହେଲା ସମୟାନ୍ତରରେ ଆଖିରେ ପାଣି ଛାଟିବା, ୟୁଭି-ସୁରକ୍ଷା ଚଷମା ପିନ୍ଧିବା, ୨୦-୨୦-୨୦ ନିୟମ ଅଭ୍ୟାସ କରିବା, ସିଧାସଳଖ ଏୟାର୍ କଣ୍ଡିସନର୍ ବାୟୁ ପ୍ରବାହରୁ ଦୂରେଇ ରହିବା ଏବଂ ନିଜେ ନିଜେ ଔଷଧ ଖାଇବା ପରିବର୍ତ୍ତେ ଡାକ୍ତରୀ ପରାମର୍ଶ ନେବା। ୨୦-୨୦-୨୦ ନିୟମ ଅର୍ଥ ଏକ ସ୍କ୍ରିନ୍କୁ ଦେଖିବା ପାଇଁ ପ୍ରତି ୨୦ ମିନିଟ୍ରେ ଥରେ ୨୦ ସେକେଣ୍ଡର ବିରତି ନିଅନ୍ତୁ ଏବଂ ୨୦ ଫୁଟ ଦୂରରେ ଥିବା ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ।ବିଶେଷଜ୍ଞଙ୍କ ଅନୁଯାୟୀ, ଉଚ୍ଚ ତାପମାତ୍ରା ଓ ଶୁଷ୍କ ପରିବେଶ ଆଖିର ପ୍ରାକୃତିକ ଲୁହ ଫିଲ୍ମକୁ ବ୍ୟାହତ କରିପାରେ, ଯାହା ଶୁଖିଲା ଆଖି ଓ ଆଖି ଥକ୍କାପଣକୁ ବୃଦ୍ଧି କରିପାରେ। ଏମ୍ସ ନୂଆଦିଲ୍ଲୀର ସହକାରୀ ଚକ୍ଷୁ ପ୍ରଫେସର ଡାକ୍ତର ଅନୁ ମଲିକ କହିଛନ୍ତି, ଗ୍ରୀଷ୍ମ ଋତୁରେ ଚକ୍ଷୁ ଯତ୍ନ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

error: Content is protected !!