କେନ୍ଦ୍ରାପଡା ଜିଲ୍ଲା ର ତାଳଚୁଆ ଥାନା ଅଧିକାରୀ ଙ୍କ ଦବଙ୍ଗ କଥା ମନରୁ ଯାଇନଥିବା ବେଳେ ପୁଣି ଏକ ଅଭିଯୋଗ ଆସିଛି।ଡେରାବିଶ ଥାନ ଅଂଚଳ ବରହିଲୋ ଗାଁ ର ମାତା ମହାନ୍ତି, ଜମି ବାଡି ବିବାଦ କୁ କେନ୍ଦ୍ରକରି ଡେରାବିଶ ଥାନା ରେ ଅଭିଯୋଗ କରିଥିଲେ , ମାତା , ତାଙ୍କ ଝିଅ ନର୍ମଦା ଙ୍କୁ ନେଇ ଥାନା କୁ ଯାଇଥିଲେ। କିନ୍ତୁ ଥାନା ରେ ଅନୁସୟା ସବ୍ ଇନ୍ସପେକ୍ଟର, ସମାଧାନ କରିବା ବଦଳ ରେ ନର୍ମଦା ସାମଲ ଙ୍କୁ ଆକ୍ରମଣ କରିବା ସହ, ତଣ୍ଟି ଚିପି ହାତ କୁ ମୋଡି ଦେଇ ଥିଲେ, ଏଣୁ ନର୍ମଦା ସମ୍ପୃକ୍ତ ଥାନା ଆଇଆଇସି ଓ ପୋଲିସ ର ବରିଷ୍ଠ ଅଧିକାରୀ ଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏଣୁ ସେ ଜିଲ୍ଲପାଳ ଙ୍କ ଜିଲ୍ଲପାଳ ଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍