ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡେହେଡୋଳ ଫରେଷ୍ଟ ସେକ୍ସନ ସରାଙ୍ଗ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଡମୋଳ ଗ୍ରାମର ଅନି ବେହେରା (୫୧)ବର୍ଷ ।
ସୂଚନା ମୁତାବକ ଦନ୍ତା ହାତୀଟି ୨ ଦିନ ହେବ ଖାଲପାଳ ଅଞ୍ଚଳରେ ରହିଥିଲା। ଦିନରେ ନିକଟସ୍ଥ ଜଙ୍ଗଲରେ ରହିଥିବା ବେଳେ ସଂଧ୍ୟା ସମୟରେ ଡମୋଳ ଅଞ୍ଚଳକୁ ପଳାଇ ଆସିଥିଲା । ସୋମବାର ସନ୍ଧ୍ୟାରେ ଉକ୍ତ ହାତୀଟି ବ୍ରାହ୍ମଣୀ ନଦୀ କୂଳରେ ଥିବା ଝରାସାହି ନିକଟକୁ ପଣସ ଖାଇବାକୁ ଆସିଥିବା ବେଳେ ସେହି ରାସ୍ତାରେ ଅନିରୋଧ ବେହେରା ସାଇକେଲ ଯୋଗେ ଫାର୍ମ ହାଉସ କୁ ଯାଉଥିଲେ । ଏହି ସମୟରେ ହାତୀ ସହ ମୁହାଁ ମୁହିଁ ହୋଇଯାଇଥିଲା । ଫଳରେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ଉକ୍ତ ଫାର୍ମ ହାଉସ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକଙ୍କ ଠାରୁ ଖବର ପାଇ ଫାର୍ମ ମାଲିକଙ୍କ ସହ ଗ୍ରାମବାସୀ ସେଠାରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଡିହଡୋଳ ଫରେଷ୍ଟର ଚନ୍ଦ୍ର ଶେଖର ବେହେରା, ସରାଙ୍ଗ ପୋଲିସ, ଫରେଷ୍ଟ ଗାର୍ଡ ଏବଂ ହାତୀ ସ୍କୂଡେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

More Stories
ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଶିକ୍ଷକ ପଦୋନ୍ନତି ଦୁର୍ନୀତି ମାମଲା |
ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ |