ଭୁବନେଶ୍ବରରେ ଅବତରଣ କରିପାରି ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କରିଛି। ସମଙ୍ଗ ଅସ୍ଥାୟୀ ବସଷ୍ଟାଣ୍ଡରେ ଅବତରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଫଳରେ ଏକ ବଡ଼ ଅଘଟଣ ଟଳିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୟୂରଭଞ୍ ଠାରେ ଥିବା କାର୍ଯ୍ୟକ୍ରମ ସାରି ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରୁଥିଲେ। ଏହି ସମୟରେ ପାଗରେ ପରିବର୍ତନ ଦେଖିବାକୁ ମିଳିଥିଲା । କାଳବୈଶାଖୀ ବର୍ଷା ମାଡି ଆସିଥିଲା। ଯାହାଫଳରେ ଭୁବନେଶ୍ୱର ଏୟାର ପୋର୍ଟରେ ଅବତରଣ କରି ପାରି ନ ଥିଲା। ତେଣୁ ପୁରୀ ନିକଟବର୍ତ୍ତୀ ତଥା ସୁରକ୍ଷିତ ସ୍ଥାନ ଥିବାରୁ ପୁରୀରେ ହେଲିକପ୍ଟର ଅବତରଣ ପାଇଁ ନିଷ୍ପତି ହୋଇଥିଲା। ଶେଷରେ ସମଙ୍ଗ ବାସଷ୍ଟାଣ୍ଡରେ ଥିବା ଅସ୍ଥାୟୀ ହେଲି ପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିଥିଲା। ପାଗ ଅନୁକୂଳ ହେବା ପରେ ଭୁବନେଶ୍ବର ଅଭିମୁଖେ ହେଲିକପ୍ଟର ଉଡାଣ ଭରିବ ବୋଲି ସୂଚନା ମିଳିଛି ।

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!