ରାଜନୀତିରେ ଯାହାର ଛବି ଏକ ନରହନ୍ତାର


ରାଜନୀତିରେ ଯାହାର ଛବି ଏକ ନରହନ୍ତାର । ଯିଏ ହତ୍ୟା ଅଭିଯୋଗରେ ଅଭିଯୁକ୍ତ । ଯାହା ବିରୁଦ୍ଧରେ ଅପରାଧୀକ ପ୍ରମାଣ ପାଇବା ପରେ କୋର୍ଟ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଆଜି ଦଳୀୟ ମଞ୍ଚରୁ ଫମ୍ପା ଭାଷଣବାଜି କରୁଛି । ନିଜ ରାଜନୈତିକ ଭବିଷ୍ୟତ ସୂତାଖିଅରେ ଝୁଲୁଛି ହେଲେ ଦାଗୀର ଦମ୍ଭ ଦେଖନ୍ତୁ ଦଳର ସଭାପତି କାହାକୁ ଦଳୀୟ ଟିକେଟ ଦେବେ ତାହା ନିଷ୍ପତି ନେଇ ନାହାଁନ୍ତି କିନ୍ତୁ ମାହାଙ୍ଗାର ମଣିଷମରା ନିଜ ଚେଲାକୁ 2024 ନିର୍ବାଚନରେ ବିଜୟୀ ଘୋଷଣା କରିଦେଲେଣି । ଗୁରୁଙ୍କ ଭବିଷ୍ୟତ ଅନ୍ଧାରରେ ସେ କିନ୍ତୁ ଚେଲାକୁ ଆଶାର ଆଲୋକ ଦେଖାଉଛନ୍ତି।


error: Content is protected !!