July 1, 2026

Now Odisha

Now Odisha

ବାଲିଅନ୍ତା ଭିଡ଼ ହତ୍ୟା ରିପିଟ୍: କବାଟ ଛୁଇଁଦେଲେ ବୋଲି ପିଟିପିଟି ମାରିଦେଲେ!

Spread the love

ପୁଣି ଭିଡ଼ ହତ୍ୟା ରିପିଟ। ବାଲିଅନ୍ତା ଓ ଇନ୍ତାଲିଗୁଡା ଭିଡ଼ ହିଂସା ମନରୁ ଲିଭିନଥିବା ବେଳେ ପୁଣି ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି।

ଖୋର୍ଦ୍ଧା ବାଣପୁର ଥାନା ଅନ୍ତର୍ଗତ ଖଣତ ଗାଁରେ ଏଭଳି ଏକ ବର୍ବରକାଣ୍ଡ ସାମନାକୁ ଆସିଛି। ଭିଡ଼ହିଂସାରୁ ଗୁରୁତର ହୋଇ ଯୁବକଙ୍କ ଶେଷରେ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଖୋର୍ଦ୍ଧା ବାଣପୁର ଥାନା ଭୀମପୁର ବାଘୁଆପଦର ସାହିର ତୋଫାନ ନାୟକ। ୨୮ ତାରିଖ ଅପରାହ୍ନ ୪ଟା ବେଳେ ଖଣାତ ଗାଁରେ ଚୋର ସନ୍ଦେହରେ ଗ୍ରାମବାସୀ ତୋଫାନକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଥିଲେ।ସୂଚନା ପାଇ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଏହା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସୁସ୍ଥ ହେବା ପରିବର୍ତ୍ତେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ହତ୍ୟା ଘଟଣାରେ ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ବାନ୍ଧିଛି ପୋଲିସ। ଗତକାଲି ପୋଲିସ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର। ଅନ୍ୟପଟେ ଯୁବକଙ୍କ ମା’ କହିଛନ୍ତି ଯେ, ଜାତିଆଣ ଆକ୍ଷେପକୁ ନେଇ ପିଟି ମାରିଛନ୍ତି। ଗାଁର ଜଣଙ୍କ କବାଟ ଛୁଇଁ ଦେବାରୁ ବାନ୍ଧିକି ବାଡ଼େଇଲେ। ଛୋଟ ଜାତି ହୋଇଥିବାରୁ ସେମାନେ ମାରିଦେଲେ।

error: Content is protected !!