July 1, 2026

Now Odisha

Now Odisha

ହତ୍ୟା କରି ଫେରାର ହେଉଥିଲା, ଅଧା ବାଟରେ ନିଜେ ମଲା

Spread the love

: ହତ୍ୟା କରି ଖସି ପଳାଇବା ବେଳେ ବାଟରେ ମୃତ୍ୟୁ। ଦୁର୍ଘଟଣାର ଶିକାର ହୋଇଛନ୍ତି ହତ୍ୟାକାରୀ। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଦୁର୍ବୃତ୍ତ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ସୂଚନା ମୁତାବକ, ଝାଡଖଣ୍ଡର ଜଣେ ୟୁଟ୍ୟୁବର ଶିବଧନ ଲୋହାରଙ୍କୁ ତଳସରା ଥାନା ଶବଡେଗାରୁ ଅପହରଣ କରି ଭଷ୍ମା ଥାନା ଖମାରବାହାଲ ଅଞ୍ଚଳରେ ହତ୍ୟା କରିଥିଲେ ଦୁର୍ବୃତ୍ତ। ହେମଗିରି ଥାନା ଡୁଡ଼ୁକା ରେଳ ଓଭର ବ୍ରିଜ ନିକଟରେ ମୃତଦେହ ଫିଙ୍ଗିଥିଲେ। ହତ୍ୟା କରି ଫେରାର ହେଉଥିବା ବେଳେ ଘଟିଥିଲା ଦୁର୍ଘଟଣା।

ଖମାରବାହାଲ ନିକଟରେ ଦୁର୍ବୃତ୍ତଙ୍କ କାର୍‌ ରାସ୍ତା ତଳକୁ ଖସି ପଡ଼ିଥିଲା। ପୋଲିସ ପ୍ରଥମେ ଦୁର୍ଘଟଣା ଭାବି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହତ୍ୟାକାଣ୍ଡର ଖୁଲାସା ହୋଇଥିଲା। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକକୁ ଅଟକ ରଖାଯାଇଛି।

error: Content is protected !!