July 1, 2026

Now Odisha

Now Odisha

ଦିଅରଙ୍କ ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ, ପୁଅ ଗୁରୁତର

Spread the love

 ଘରୋଇ ବିବାଦ ଶେଷରେ ନେଇଛି ହତ୍ୟାର ରୂପ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଥାନାର ପାଲକଷଣ୍ଢା ଗ୍ରାମରେ ଦିଅରଙ୍କ ପରିବାରର ଆକ୍ରମଣରେ ଭାଉଜ ଭାସି ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ନାରାୟଣ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ମୃତକଙ୍କ ଦିଅର ମୁରଲୀ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, କିଛି ଦିନ ଧରି ଭାସି ପ୍ରଧାନ ଓ ତାଙ୍କ ଦିଅର ମୁରଲୀ ପ୍ରଧାନଙ୍କ ପରିବାର ମଧ୍ୟରେ ପାରିବାରିକ ବିବାଦ ଚାଲିଥିଲା। ମଙ୍ଗଳବାର ମଧ୍ୟ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା।

ବୁଧବାର ଅପରାହ୍ନରେ ଭାସି ଗ୍ରାମ ନିକଟସ୍ଥ ଜମିରେ ଛେଳି ଚରାଉଥିବା ବେଳେ ଛେଳିଗୁଡ଼ିକ ମୁରଲୀ ପ୍ରଧାନଙ୍କ ରାଶି କ୍ଷେତରେ ପଶିଯାଇଥିଲେ। ଏହାକୁ ନେଇ ପୁଣି ବଚସା ଆରମ୍ଭ ହୋଇ ଦେଖୁ ଦେଖୁ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା।

ଅଭିଯୋଗ ଅନୁସାରେ, ଭାସିଙ୍କ ଟାଙ୍ଗିଆ ଚୋଟରେ ମୁରଲୀଙ୍କ ପରିବାରର କିଛି ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ। ପରେ ମୁରଲୀ ପ୍ରଧାନ, ତାଙ୍କ ସ୍ତ୍ରୀ ବିନି ଓ ପୁଅ ପ୍ରିନ୍ସ ମିଳିତ ଭାବେ ଭାସି ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଭାସିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପୁଅ ନାରାୟଣ ଗୁରୁତର ଆହତ ହୋଇଛନ୍ତି।

ଘଟଣା ପରେ ମୁରଲୀ ପ୍ରଧାନଙ୍କ ପରିବାର ଭାସିଙ୍କ ବିରୋଧରେ ଅଭିଯୋଗ କରିବାକୁ ଗାଙ୍ଗପୁର ଥାନାରେ ପହଞ୍ଚିଥିଲେ। ଏହି ସମୟରେ ଭାସିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇ ପୋଲିସ ସେମାନଙ୍କୁ ଅଟକ ରଖିଛି।

ଅନ୍ୟପଟେ, ସ୍ଥାନୀୟ ଲୋକେ ଗୁରୁତର ଆହତ ନାରାୟଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛନ୍ତି।

ଘଟଣାସ୍ଥଳରେ ଗଞ୍ଜାମ ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ, ଭଞ୍ଜନଗର ଏସ୍‌ଡିପିଓ ଡଃ ଦୀପକ ମିଶ୍ର, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ସମେତ ପୋଲିସ ବାହିନୀ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି।

ବେଲଗୁଣ୍ଠା – ଘରୋଇ ବିବାଦ ଶେଷରେ ନେଇଛି ହତ୍ୟାର ରୂପ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଥାନାର ପାଲକଷଣ୍ଢା ଗ୍ରାମରେ ଦିଅରଙ୍କ ପରିବାରର ଆକ୍ରମଣରେ ଭାଉଜ ଭାସି ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ନାରାୟଣ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ମୃତକଙ୍କ ଦିଅର ମୁରଲୀ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

error: Content is protected !!