August 13, 2026

Now Odisha

Now Odisha

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ |

Spread the love

 ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର ବୁଧବାର ବନ୍ଧା ହୋଇଥିଲେ। ମାମଲା ନଂ. ୮/୨୬ରେ ଭିଜିଲାନ୍ସ ତାଙ୍କୁ ଗୁରୁବାର ସ୍ବତନ୍ତ୍ର ଜଜ୍‌ ଜ୍ଞାନେନ୍ଦ୍ର କୁମାର ବାରିକଙ୍କ କୋର୍ଟରେ ହଜାର କରିଥିଲା। ତାଙ୍କ ଜାମିନ ପାଇଁ କୋର୍ଟରେ ଆବେଦନ କରାଯାଇଥିଲା। ଜଜ୍‌ ଏହାର ଶୁଣାଣି କରି ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ଅଭିଯୁକ୍ତ ବ୍ୟୋମକେଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା କହିଛନ୍ତି।

ଅନ୍ୟପଟେ ଭିଜିଲାନ୍ସ ଟିମ୍‌ ବ୍ୟୋମକେଶଙ୍କ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ କଟକ, ପୁରୀ ଓ ଭୁବନେଶ୍ୱରସ୍ଥିତ ତାଙ୍କ ଘରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ସମନ୍ବିତ କୃଷି ବ୍ୟବସ୍ଥା ପାଇଁ କୁକୁଡ଼ା ଫାର୍ମ କରିବାକୁ ହିଞ୍ଜିଳିକାଟୁର ସୁଶାନ୍ତ ପଣ୍ଡା ଆବେଦନ କରିଥିଲେ। ୪୯ ଲକ୍ଷ ୬୭ହଜାର ୩୨୪ ଟଙ୍କା ଋଣ ମଞ୍ଜୁର ହୋଇଥିଲା। ହେଲେ ଉକ୍ତ ଋଣ ବାବଦକୁ ସବସିଡି ରାଶି ଛାଡିବା ନିମନ୍ତେ ଫାଇଲ ପ୍ରୋସେସ କରିବା ପାଇଁ ଜିଲା କୃଷି ଅଧିକାରୀ ମିଶ୍ର ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଏହି ସମ୍ପର୍କରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

error: Content is protected !!