August 16, 2026

Now Odisha

Now Odisha

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମା

Spread the love

ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ ପିଏମ୍ ଜିସିଡି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ  ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ରାୟଗଡ଼ା ଏସ୍‌ପି  ରାଜ ପ୍ରସାଦ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଭିଡ଼ ହିଂସା ଘଟଣାରେ ନିଜ ଜୀବନକୁ ବାଜି ଲଗାଇ ଜଣେ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ୩ ଜଣ ସାହସୀ ଯୁବକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ସମ୍ମାନିତ ହୋଇଥିବା ସାହସୀ ଯୁବକମାନେ ହେଲେ ଭାଲେରୀ ଗ୍ରାମର ବଳରାମ ବାଗ, ଇଣ୍ଟାଲିଗୁଡ଼ା ଗ୍ରାମର  ପୁରୁଷୁ ହିକକା ଏବଂ ବିନିଶପୁର ଗ୍ରାମର ରାମଚନ୍ଦ୍ର ପାଲକା।

ନିଜ ଜୀବନକୁ ଖାତିର ନକରି ସେମାନେ ପ୍ରଦର୍ଶନ କରିଥିବା ଅଦମ୍ୟ ସାହସ ଓ ମାନବିକତାର ପରିଚୟକୁ ଜିଲ୍ଲାପାଳ ଓ ଏସ୍‌ପି ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥିମାନେ ସେମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ। ଏହି ୩ ଯୁବକଙ୍କ ଏପରି ଏକ ନିଃସ୍ୱାର୍ଥପର କାର୍ଯ୍ୟ ସମାଜ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛି ବୋଲି ଉପସ୍ଥିତ ଜନସାଧାରଣ ମତବ୍ୟକ୍ତ କରିଛନ୍ତି।

error: Content is protected !!