ଦିନ ଦୁଇପ୍ରହରରେ କ୍ରମାଗତ ମନ୍ଦୀରରୁ ଚୋରି ସତ୍ତ୍ବେ ପୋଲିସ କାର୍ଯ୍ୟନୁଷ୍ଠାନ ନେଇ ଅସନ୍ତୋଷ


ବଲାଙ୍ଗୀର : ଦିନ ଦ୍ୱିପ୍ରହରରେ ମନ୍ଦିର କବାଟ ଭାଙ୍ଗି ଭିତରେ ପଶି ମନ୍ଦିର ସାମଗ୍ରି ଚୋରି କରି ଚାଲି ଗଲେ ଦୁର୍ବୃତ,ହେଲେ ଚୋରି କରି ଥିବା ଉକ୍ତ ଅଭିଯୁକ୍ତ ଭିତର ଆଉ ଏକ ମୁଖ୍ୟ କବାଟ ଭାଙ୍ଗି ନ ପାରି ତାର ପର ଦିନ ପୁନଃ ସବୁ ସାମଗ୍ରୀ ଚୋରି କରିନେବା ଭଳି ଘଟଣା ନଜରକୁ ଆସିଛି।ପ୍ରକାଶ ଯେ, ଚୋର ରାତିରେ ଚୋରି କରିବା ଜଣାଯାଏ ହେଲେ କ୍ରମାଗତ ଭାବରେ ଦିନ ଦ୍ୱିପ୍ରହରରେ ଟିଟିଲାଗଡ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା କାଳୀ ମନ୍ଦିରରୁ ଗତ ୮ତାରିଖ ଦିନରେ କିଛି ଦୁର୍ବୃତ୍ତ ଚୋରି କରିବା ଓ ଆଉ ଏକ କବାଟ ଖୋଲି ନ ପାରି ଚାଲିଯାଇ ଥିଲେ । ମନ୍ଦିର ପୂଜକ ଶ୍ରୀ ଅଦ୍ରିଶ୍ୱରାନନ୍ଦ ସ୍ବାମୀ ଗତ ମାସ ୮ତାରିଖରେ ଏହି ଚୋରି ନେଇ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଅଭିଯୋଗ ପାଇଥିବା ପର ଦିନ ୯ତାରିଖ ଠିକ୍ ପୂର୍ବବତ ଉକ୍ତ ଦୁର୍ବୃତ୍ତ ଆସି ମନ୍ଦିରର ଉକ୍ତ ମୁଖ୍ୟ ଦ୍ଵାର କବାଟ ଭାଙ୍ଗି ନଗଦ ୪୦ ହଜାର ସହ ସୁନା, ରୂପା ଅଳଙ୍କାର ସବୁ ନେଇ ଫେରାର ହୋଇ ଯାଇଥିଲେ। ମନ୍ଦିର ପୂଜକ ଶ୍ରୀ ନନ୍ଦ ପୁନଃ ମଦିରରୁ ଚୋରି ଜିନିଷ ନେଇ ଥାନାରେ ଜଣାଇ ଥିଲେ । ହେଲେ ପୋଲିସ ପକ୍ଷରୁ ବର୍ତମାନ ସୁଦ୍ଧା କିଛି ପଦକ୍ଷେପ ଗ୍ରହଣ ନ କରି ଥିବା ବେଳେ ଏକୁଟିଆ ମନ୍ଦିର ପୂଜକଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆମ ନିକଟରେ ଜଣାଇ ପୋଲିସ ପକ୍ଷରୁ ଏଭଳି ଖାମ୍ ଖିଆଲ ନୀତି କେତେ ଯୁକ୍ତି ଯୁକ୍ତ ବୋଲି ପ୍ରକାଶ କରିଛନ୍ତି। ସେହିପରି ଉକ୍ତ ଚୋରିରେ ସଂଶ୍ଳିଷ୍ଟ ଯୁବକ ଖୋଲା ଖୋଲି ଉକ୍ତ ସାମଗ୍ରୀ ବିକ୍ରି କରିବା ଚେଷ୍ଟା ଚଳାଇଥିବା ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଛିତ ରଖିଥିବା ଜାଣି ପୋଲିସକୁ ସୂଚନା ଦେଇଥିଲେ। ହେଲେ ପୋଲିସ ନିକଟକୁ ବାରମ୍ୱାର ଧାଇଁ ନିରାଶ ହୋଇ ଚାଲିବା ସାର ହୋଇଛି। ଏ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରୁ ଦୃଢ଼ ଦାବି ସହ ଘଟଣାର ନିନ୍ଦା କରାଯାଉଛି।


error: Content is protected !!