March 14, 2026

Now Odisha

Now Odisha

ବିସ୍କୁଟରୁ ବାହରିଲା ପୋକ…

Spread the love

ପିପିଲି :ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସମୟରେ ବିସ୍କୁଟ୍‍ ପ୍ୟାକେଟ୍‍ ଖୋଲିବାରୁ ସେଥିରୁ ବାହାରିଥିଲା ଏକ ଲମ୍ବାପୋକ। ଏଭଳି ଘଟଣା ଘଟିଛି ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ।
ସୂଚନା ଅନୁଯାଇ, ପିପିଲିର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁବାର ସକାଳ ସାଢେ ୮ଟା ସମୟରେ ମଧ୍ୟାହ୍ନ ଭୋଜନ ବେଳେ ଜଣେ କେଜି-୨ ଛାତ୍ରଙ୍କ ବିସ୍କୁଟ୍‍ ପ୍ୟାକେଟ୍‍ରୁ ପୋକ ବାହାରିଥିଲା । ମଧ୍ୟାହ୍ନ ଭୋଜନ ପୂର୍ବରୁ ପିଲାମାନେ ଘରୁ ଆଣିଥିବା ଖାଦ୍ୟକୁ ଉକ୍ତ ଶିକ୍ଷାନୁଷ୍ଠାନର ଶ୍ରେଣୀ ଶିକ୍ଷୟିତ୍ରୀ ନିୟମିତ ଯାଞ୍ଚ କରିବା ପରେ ପିଲାମାନେ ଖାଦ୍ୟ ଖାଇଥାନ୍ତି। ଗୁରୁବାର ଜଣେ ଛାତ୍ର ଘରୁ ଆଣିଥିବା ଏକ ପ୍ରମୁଖ କଂପାନୀର ବିସ୍କୁଟ୍‍ ପ୍ୟାକେଟ୍‍ର ଜରିକୁ ଶ୍ରେଣୀ ଶିକ୍ଷୟିତ୍ରୀ ଖୋଲିଥିଲେ। ଜରି ମଧ୍ୟରେ ଥିବା ବିସ୍କୁଟରେ ଏକ ଲମ୍ବା ପୋକ ଥିବା ପରିଲକ୍ଷିତ ହୋଇଥିଲା। ଏସଂପର୍କରେ ଶିକ୍ଷାନୁଷ୍ଠାନ ପକ୍ଷରୁ ଉକ୍ତ ଛାତ୍ରଙ୍କ ଅଭିଭାବକଙ୍କୁ ଅବଗତ କରାଯାଇଥିଲା। ପରେ ଶ୍ରେଣୀ ଶିକ୍ଷୟିତ୍ରୀ ନିଜେ ଆଣିଥିବା ଖାଦ୍ୟକୁ ଉକ୍ତ ଛାତ୍ରକୁ ଖାଇବାକୁ ଦେଇଥିଲେ। ଛୋଟ ପିଲାଙ୍କୁ ସବୁବେଳେ ଜଙ୍କ ଫୁଡ୍‍ ଠାରୁ ଦୂରେଇ ରଖିବା ସହ ଘର ପ୍ରସ୍ତୁତ ଖାଦ୍ୟ ପ୍ରଦାନ କରିବା ପାଇଁ ଉକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ସମସ୍ତ ଅଭିଭାବକମାନଙ୍କୁ ଗୁରୁବାର ପୁଣି ଥରେ ଅନୁରୋଧ କରିଛନ୍ତି ।

error: Content is protected !!