ନୂଆଦିଲ୍ଲୀ: ପୁଣି ଟ୍ରମ୍ ଟାରିଫ୍ ଛାଟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁଁ ଔଷଧଗୁଡିକରେ ଏବେ ୧୦୦ପ୍ରତିଶତ ଶୁଳ୍କ ଲାଗୁ ହେବ । ଏନେଇ ସୋସିଆଲ ମିଡ଼ିଆ ପୋଷ୍ଟରେ ସୂଚନା ଦେଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ପାଇଁ ଭାରତୀୟ ଔଷଧ ନିର୍ମାତାମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩୦୦୦କୋଟି ଟଙ୍କା ଔଷଧ ରପ୍ତାନି କରିଥାଏ । ୧୦୦% ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ୍ ଔଷଧର ଦର ବହୁତ ବଢିଯିବ । ଏଥିପାଇଁ ସନ୍ ଫାର୍ମା, ଡକ୍ଟର ରେଡ୍ଡି, ସିପ୍ଲା, ଲୁପିନ୍ ପରି ବଡ କମ୍ପାନୀଗୁଡିକ ଉପରେ ଗଭୀର ଭାବେ ପ୍ରଭାବ ପଡିପାରେ ।
ଟ୍ରମ୍ପ କହିଛନ୍ତି ଆମେ ୨୦୨୫ ଅକ୍ଟୋବର ୧ତାରିଖଠାରୁ ରୋଷେଇ ଘର ଜିନିଷ, ବାଥରୁମ୍ ସାମଗ୍ରୀ ଏବଂ ସମ୍ବନ୍ଧିତ ଉତ୍ପାଦ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଯାଉଛି । ଏହାସହିତ ପର୍ଣ୍ଣିଚର ଉପରେ ୩୦ପ୍ରତିଶତ ଲାଗୁ କରାଯିବ । ଏହି ଶୁଳ୍କ ବୃଦ୍ଧିର କାରଣ ଟ୍ରମ୍ପ କହିଛନ୍ତି ଅନ୍ୟ ଦେଶଗୁଡିକ ଏପରି ଉତ୍ପାଦଗୁଡିକୁ ବହୁ ପରିମାଣରେ ଆମେରିକାକୁ ପଠାଉଛନ୍ତି । ଟ୍ରମ୍ପ ଏହି ଶୁଳ୍କକୁ ଆମେରିକୀୟ ଔଷଧ ଶିଳ୍ପକୁ ସୁରକ୍ଷା ଏବଂ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ବୋଲି କହିଛନ୍ତି ।

More Stories
ଭକୁଆ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ୪୦ ମିନିଟ୍ ଅପେକ୍ଷା କରିବା ପରେ ବି ଦେଖାକଲେନି ପୁଟିନ୍ଭକୁଆ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ୪୦ ମିନିଟ୍ ଅପେକ୍ଷା କରିବା ପରେ ବି ଦେଖାକଲେନି ପୁଟିନ୍ |
ଜନଗଣନା କରିବାକୁ ଆସୁଥିବା ୩୦ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଅଲଗା ଦରମା ଦେବେ କି?
ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ |