ଲଦାଖରେ ଜାରି ହିଂସାକୁ ନେଇ ଟାର୍ଗେଟକୁ ଆସିଛନ୍ତି ସୋନମ ଓ୍ବାଙ୍ଗଚୁକ। ହିଂସା ପାଇଁ ସୋନମଙ୍କ ଓ୍ବାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି ସରକାର। ଅନ୍ୟପଟେ ସିବିଆଇ ସୋନମ ଏବଂ ତାଙ୍କ ସଂସ୍ଥା ବିରୋଧରେ ବିଦେଶରୁ ମିଳିଥିବା ପାଣ୍ଠିର ତଦନ୍ତ ୨ ମାସ ହେବ ଜାରି ରହିଛି। ସୋନମ ବେଆଇନ ଉପାୟରେ ବିଦେଶରୁ ପାଣ୍ଠି ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ଚଳିତବର୍ଷ ଫେବୃୟାରୀ ୬ରେ ସେ ପାକିସ୍ତାନ ମଧ୍ୟ ଗସ୍ତ କରିଥିଲେ। ତାଙ୍କର ଏହି ଗସ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।
ସୋନମଙ୍କୁ ସରକାର ଲଦାଖ ହିଂସା ପାଇଁ ଦାୟୀ କରିଛନ୍ତି। ସିବିଆଇ ତାଙ୍କ ଏନଜିଓ ହିମାଲୟନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଲର୍ନିଂ(ଏଚଆଇଏଏଲ) ବିରୋଧରେ ତଦନ୍ତ ଚଳାଇଛି। ଗତ ଅଗଷ୍ଟରେ ଲଦାଖ ପ୍ରଶାସନ ଏଚଆଇଏଏଲକୁ ଜମି ଆବଣ୍ଟନ ରଦ୍ଦ କରିଦେଇଥିଲା। ବର୍ତ୍ତମାନ ଗୃହ ମନ୍ତ୍ରରାଳୟ ଲଦାଖରେ ହୋଇଥିବା ହିଂସାକୁ ନେଇ ସୋନମଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ସୋନମଙ୍କ କାର୍ଯ୍ୟକଳାପକୁ ସନ୍ଦିଗ୍ଧ ବୋଲି ଦର୍ଶାଇଛନ୍ତି ଦେଶର ସୁରକ୍ଷା ସଂସ୍ଥା।
ସୂଚନା ଅନୁସାରେ, ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ବୁଧବାର ଦିନ ବନ୍ଦ ଡାକରା ଦିଆଯାଇଥିଲା। ଏଥିପାଇଁ ଲେହ ସହରରେ ଦୋକାନ ବଜାର ବନ୍ଦ ରହିଥିଲା। କିନ୍ତୁ ବହୁ ସଂଖ୍ୟକ ଲୋକ ଏନଡିଏସ ସ୍ମାରକ ମଇଦାନରେ ଏକାଠି ହୋଇଥିଲେ। ପରେ ସେମାନେ ରାଜ୍ୟ ମାନ୍ୟତା ଦାବିରେ ନାରା ଦେଇ ରାସ୍ତାକୁ ଓହ୍ଲାଇଥିଲେ। କିନ୍ତୁ ହିଲ୍ କାଉନସିଲ ମୁଖ୍ୟାଳୟ ଉପରେ ଆନ୍ଦୋଳନକାରୀ ପଥରମାଡ଼ କରିବାରୁ ସ୍ଥିତି ବିଗିଡ଼ ଯାଇଥିଲା। କିଛି କାର୍ଯ୍ୟାଳୟ ଏବଂ ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା। ଗୋଟିଏ ଗୋଷ୍ଠୀ ଅନେକ ଗାଡ଼ିମୋଟରରେ ନିଆଁ ଲଗାଇଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଏବଂ ସୁରକ୍ଷା କର୍ମୀଙ୍କୁ ଲୁହବୁହା ଗ୍ୟାସ ଏବଂ ଗୁଳି ଚଳାଇବାକୁ ପଡ଼ିଥିଲା।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |