August 18, 2026

Now Odisha

Now Odisha

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

Spread the love

ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଟକୁମରଡା ଗ୍ରାମର କାଳିଆବେହେରା (୪୫)। ଏନେଇ ଲୋକେ ଉତ୍ୟକ୍ତ ହୋଇ ଭାଟକୁମରଡା ଠାରେ ରାସ୍ତା ଅବରୋଧ କରିଥିଲେ।

ଖବରପାଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ ଘଟଣାସ୍ଥଳକୁ ଯାଇ ଗାଡିକୁ ଜବତ କରିବା ସହ ଆନ୍ଦୋଳନ କାରୀଙ୍କୁ ବୁଝାଶୁଝା କରିଛନ୍ତି।

ପ୍ରକାଶ ଯେ, କାଳିଆ ବିଲ କାମସାରି ଘରକୁ ଫେରୁଥିବା ବେଳେ ତାଙ୍କ ପଛପଟୁ ପୁରୁଷୋତ୍ତମପୁରରୁ ବ୍ରହ୍ମପୁର ଯାଉଥିବା ଏକ ଡ଼ାଲା ଗାଡ଼ି ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହାତ ହୋଇଥିଲେ। ଦୁର୍ଘଟଣା ଘଟାଇ ଡ୍ରାଇଭର ଗାଡିକୁନେଇ ଫେରାର ହୋଇଯିବା ବେଳେ ଲୋକେ ତାଙ୍କୁ ଭାଟକୁମରଡାଠାରେ କାବୁ କରିଥିଲେ।

ହେଲେ ଅନ୍ଧାରର ସୁଯୋଗନେଇ ଡ୍ରାଇଭର ଚମ୍ପଟ ମାରିଛନ୍ତି। ଘଟଣାସ୍ଥଳରେ ଲୋକମାନେ କାଳିଆଙ୍କୁ ଉଦ୍ଧାର କରି ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବରପାଇ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି।

error: Content is protected !!