September 11, 2026

Now Odisha

Now Odisha

Uncategorized

ଅନଲାଇନ୍ ଆପ୍ ଜରିଆରେ ଛୋଟ ପରିମାଣରେ ସୁନା କିଣିବାର ସୁବିଧା ଦେଉଥିବା 'ଡିଜିଟାଲ୍ ଗୋଲ୍ଡ' ର ବଢ଼ୁଥିବା ଲୋକପ୍ରିୟତାକୁ ନେଇ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍...

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିକଟରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗର୍ଭବତୀ ପତ୍ନୀକୁ ଡାକ୍ତରଖାନାରେ ଦେଖାଇ ନିଜ ଘରକୁ ମାଆକୁ ଧରି ଫେରୁ ଥିବା ବେଳେ...

ଯୋଡ଼ା : ମୋହନ ସରକାରଙ୍କ ବୁଲଡୋଜର ଆକ୍ସନ । ବଡ଼ବିଲରେ ଅପରାଧରେ ସଂପୃକ୍ତ ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର । ବଡ଼ବିଲ ପୌରାଞ୍ଚଳ ୮ ନଂ ୱାର୍ଡ଼ରେ ପ୍ରଥମ...

ନୂଆପଡ଼ା,୮ା୧୧ : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରୋଡ୍‌ ଶୋ’ କରିଛନ୍ତି। ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍‌ ଶୋ’ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି। ଖାଲି ଭୁବନେଶ୍ୱରରେ ରହି ଆପଣମାନେ ଖୁସି ତ କହିଲେ। ଆଦିବାସୀଙ୍କ ଦୁଃଖ ବୁଝିବ କିଏ? ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି।ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଏମ୍‌ପି ମାଳବିକା ଦେବୀ ସାମିଲ ହୋଇଛନ୍ତି।

ଜେଲରେ ମିଳୁଛି ହୋଟେଲ ଭଳି ସୁବିଧା। ଦୁଷ୍କର୍ମ, ହତ୍ୟା ଓ ସୁନା ଚୋରା ଚାଲାଣ ଭଳି ଅପରାଧରେ ଜଡ଼ିତ କୁଖ୍ୟାତ ଅପରାଧୀଙ୍କୁ ଜେଲରେ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ମୋବାଇଲ ଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ଟିଭି ଉପଲବ୍ଧ ରହିଛି। ସେହିପରି ଜେଲର ବାରାକରେ ନିଜ ଇଚ୍ଛାରେ ଜଣେ କଏଦୀ ରୋଷେଇ କରି ଖାଉଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।ବେଙ୍ଗାଲୁରୁ ର ପରାପ୍ପନ୍ନା ଅଗ୍ରାହର କେନ୍ଦ୍ରୀୟ ଜେଲ ରୁ ଏପରି ଦୃଶ୍ୟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ସିରିଏଲ ଦୁଷ୍କର୍ମକାରୀ ତଥା ହତ୍ୟାକାରୀ ଉମେଶ ରେଡ୍ଡୀ ଜେଲ ଭିତରେ ମୋବାଇଲ ବ୍ୟବହାର କରିବା ସହ ବେଧଡ଼କ ଅନ୍ଦାଜରେ ଟିଭି ଦେଖୁଥିବା ଦେଖିବାକୁ ମିଳୁଛି।ରେଡ୍ଡୀ ୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଏଥିପାଇଁ ୨୦୦୯ରେ କର୍ଣ୍ଣାଟକା ହାଇକୋର୍ଟ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ଏହାକୁ କାଏମ ରଖିଥିଲେ। କିନ୍ତୁ ଏହାପରେ ସେ କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସୁପ୍ରିମକୋର୍ଟ ତା’ର ମୃତ୍ୟୁଦଣ୍ଡକୁ ୨୦୨୨ରେ ୩୦ ବର୍ଷର ଜେଲଦଣ୍ଡରେ ବଦଳାଇ ଦେଇଥିଲେ।ସେ ଏବେ ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲରେ ରହିଛି। ସେଠାରେ ତା’କୁ ରାଜକୀୟ ସୁବିଧା ସୁଯୋଗ ମିଳୁଛି। ସାମ୍ନାକୁ ଆସିଥିବା ଭିଡିଓରେ ଉମେଶ ରେଡ୍ଡୀ ୨ଟି ସ୍ମାର୍ଟଫୋନ ଓ ଗୋଟିଏ କିପ୍ୟାଡ ମୋବାଇଲ ଜେଲ ଭିତରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଜେଲ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ବେଶ ଅବଗତ ରହିଛନ୍ତି। ସେ ରହୁଥିବା ବାରାକରେ ଗୋଟିଏ ଟିଭି ଲାଗିଥିବା ମଧ୍ୟ ଦେଖାଯାଉଛି।କେବଳ ରେଡ୍ଡୀ ନୁହେଁ, ରାନ୍ୟା ରାଓ ସୁନା ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ତରୁନ ରାଜୁ ମଧ୍ୟ ଜେଲ ଭିତରେ ମୋବାଇଲ ବ୍ୟବହାର କରୁଛି। ସେ ନିଜର ସେଲରେ ରୋଷେଇ କରିବା ସହ ଘର ଭଳି ସେଠାରେ ବସି ମୋବାଇଲ ଚିପୁଥିବା ଦେଖାଯାଉଛି। ଜେନେଭା ଖସି ଯିବାକୁ ଚେଷ୍ଟା କରିବା ବେଳେ ତରୁନକୁ ଗିରଫ କରାଯାଇଥିଲା।ରାନ୍ୟା ରାଓଙ୍କୁ ଦୁବାଇରେ ସୁନା ଦେବା ଘଟଣାର ମାଷ୍ଟରମାଇଣ୍ତ ହେଉଛି ତରୁନ। ରାନ୍ୟା ହେଉଛନ୍ତି ଜଣେ ବରିଷ୍ଠ ଆଇପିଏସଙ୍କ ଝିଅ। ଏବେ ତୁରନ, ରେଡ୍ଡୀ ଓ ଅନ୍ୟ କଏଦୀଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। କର୍ଣ୍ଣାଟକାର କଂଗ୍ରେସ ସରକାର ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

error: Content is protected !!