କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟ୍ୟ ମଣ୍ଡପକୁ ଏଣିକି ପ୍ରବେଶ କରି ପାରିବେ ନାହିଁ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଏପରି ନିଷ୍ପତ୍ତି ନେଇଛି । ASI ର ସୂଚନା ଅନୁସାରେ ପର୍ଯ୍ୟଟକଙ୍କ ଅସାବଧାନତା ପାଇଁ ବାରମ୍ବାର ନାଟ୍ୟ ମଣ୍ଡପରେ ଦୁର୍ଘଟଣା ହେଉଥିଲା ।ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟଇକୁ ପରିଲକ୍ଷିତ କରି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ମନୁମେଣ୍ଟ ଆଇନ୍ରେ ଚଢ଼ିବା ବାରଣ ଥିବା କାରଣ ମଧ୍ୟ ଦର୍ଶାଇଛି ASI । ନାଟ୍ୟମଣ୍ଡର ଚାରିପାଖ ସମ୍ମୁଖକୁ ବ୍ୟାରିକେଟ ଲଗାଇ ବନ୍ଦ କରିଦିଆଯାଇଛି । admin November 9, 2025 Spread the love Post Views: 0 Continue Reading Previous: ଢାକା : ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନ ବିଦ୍ରୋହରେ ପରିଣତ ହେବା ପରେ ଶେଖ ହସିନା ଦେଶ ଛାଡିବା ପରଠାରୁ, ଦେଶରେ ବହୁତ କିଛି ପରିବର୍ତ୍ତନ ହୋଇଛି, କିନ୍ତୁ ସ୍ଥିରତା ହାସଲ ହୋଇପାରିନାହିଁ। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଏହାର ବିଚାର ଶେଷ କରିଛି ଏବଂ ଏହାର ରାୟ ନଭେମ୍ବର ୧୩ରେ ଧାର୍ଯ୍ୟ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ଶେଖ ହସିନାଙ୍କ ଆୱାମୀ ଲିଗ ଦଳ ଏହି ତାରିଖରେ ଢାକା ବନ୍ଦ କରିବାର ଯୋଜନା କରିଛି।ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଉପରେ ବର୍ତ୍ତମାନ ଆଭ୍ୟନ୍ତରୀଣ ଚାପ ବଢ଼ୁଛି। ଶେଖ ହସିନାଙ୍କ ଦଳ ଢାକାରେ ବନ୍ଦ କରି ସୱାଭାବିକ ଅବସ୍ଥାକୁ ଫେରିବାକୁ ଯୋଜନା କରୁଥିବା ବେଳେ, ନିର୍ବାଚନର ଚାପ ଏବଂ Gen Zଙ୍କ ଅସନ୍ତୋଷ ମଧ୍ୟ ନୋବେଲ ପୁରସ୍କାର ବିଜେତାଙ୍କୁ ପଦରୁ ହଟାଇବା ପାଇଁ ବିପଦ ସୃଷ୍ଟି କରୁଥିବା ପରି ମନେ ହେଉଛି। ଢାକା ମେଟ୍ରୋପଲିଟାନ ପୋଲିସର ସୂତ୍ର ଅନୁସାରେ, ସହରର ୧୪୨ଟି ରଣନୈତିକ ସ୍ଥାନରେ ୭,୦୦୦ ପୋଲିସ କର୍ମଚାରୀ ଏକ ଅଭ୍ୟାସ କରିଥିଲେ। ଏହି ସମୟ ମଧ୍ୟରେ, ୟୁନୁସଙ୍କ ଘରକୁ ଏକ ଛାଉଣୀରେ ପରିଣତ କରାଯାଇଥିଲା। ଏହି ପ୍ରତିବାଦଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି।ଶେଖ ହାସିନା ନିଜେ ନିଜ ଜୀବନକୁ ଭୟ କରି ଅଗଷ୍ଟ ୨୦୨୪ରେ ଭାରତ ପଳାଇ ଆସିବା ପରେ, ସେବେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀରେ ରହୁଛନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ସେଠାରେ ସୁରକ୍ଷିତ ଅନୁଭବ କରୁଛନ୍ତି। ଏହି ସମୟରେ, ବାଂଲାଦେଶରେ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ସମେତ ଅନେକ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କୁ ଦୋଷୀ ମଧ୍ୟ କରାଯାଇଥିଲା, କିନ୍ତୁ ଶେଖ ହାସିନା ଏହି ଅଭିଯୋଗଗୁଡ଼ିକୁ ଅସ୍ବୀକାର କରିଚାଲିଛନ୍ତି। ସେ ବାଂଲାଦେଶର ପରିସ୍ଥିତି ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରି ଦାବି କରିଛନ୍ତି ଯେ ଏହା ମୌଳବାଦୀଙ୍କ ଦ୍ୱାରା ଶାସିତ ହେଉଛି। ବର୍ତ୍ତମାନ, ନିର୍ବାଚନ ଘୋଷଣା ସହିତ, ଶେଖ ହସିନାଙ୍କ ବିଲୋପ ହୋଇଥିବା ଆୱାମୀ ଲିଗ ରାଜନୀତିରେ ପାଦ ରଖିବାକୁ ଚାହୁଁଛି, ଏବଂ ଏହି ଢାକା ବନ୍ଦ ସେହି ଲକ୍ଷ୍ୟ ଆଡ଼କୁ ପ୍ରଥମ ପଦକ୍ଷେପ। ମହମ୍ମଦ ୟୁନୁସ ଏହାକୁ ହାଲୁକା ଭାବରେ ନେଉନାହାଁନ୍ତି, ଏବଂ ଢାକା ସାରା ପୋଲିସ ଏବଂ ସେନା ବାହିନୀ ମୁତୟନ କରାଯାଉଛି।Next: ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ। ରବିବାର ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ। ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି। ଭୋଟିଂର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ ମଧ୍ୟ କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମତଦାନ କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ