ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିକଟରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗର୍ଭବତୀ ପତ୍ନୀକୁ ଡାକ୍ତରଖାନାରେ ଦେଖାଇ ନିଜ ଘରକୁ ମାଆକୁ ଧରି ଫେରୁ ଥିବା ବେଳେ ରେଢ଼ାଖୋଲ ଥାନା ଡ଼ିମିରିକୁଦା ଠାରେ ଦୁର୍ଘଟଣା ଘଟିଛି। ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ରାତିରେ ନିଜର ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ଭଳି ଘଟଣା ଘଟିଛି।
ସେପଟେ ସ୍ୱାମୀ ଓ ଶାଶୁଙ୍କର ମୃତ୍ୟୁ ହେବା କଥା ପତ୍ନୀଙ୍କୁ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ଜଣା ପଡିଛି।
ସୂଚନା ଥାଉକି ଗତ ନଭେମ୍ବର ୯ ତାରିଖ ସନ୍ଧ୍ୟାରେ ରେଢ଼ାଖୋଲ ବ୍ଳକ ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପିପିଲି କାନୀ ମନୋଜ ମାଝୀ ମାଆ ମଞ୍ଜୁ ମାଝୀଙ୍କ ସହ ନିଜ ଶାଶୁ ଘର ନାକଟିଦେଉଳ ଥାନା ଝାରବେଡା ଗ୍ରାମକୁ ଗର୍ଭବତୀ ପତ୍ନୀ କୁ ଦେଖିବାକୁ ଯାଇଥିଲେ। ନାକଟିଦେଉଳ ମେଡିକାଲକୁ ନିଜ ପତ୍ନୀକୁ ଡାକ୍ତରଙ୍କ ଠାରେ ଦେଖା କରି ଶାଶୁ ଘରେ ଛାଡି ଫେରି ଯାଇଥିଲେ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…