ଯୋଡ଼ା : ମୋହନ ସରକାରଙ୍କ ବୁଲଡୋଜର ଆକ୍ସନ । ବଡ଼ବିଲରେ ଅପରାଧରେ ସଂପୃକ୍ତ ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର । ବଡ଼ବିଲ ପୌରାଞ୍ଚଳ ୮ ନଂ ୱାର୍ଡ଼ରେ ପ୍ରଥମ ପର୍ଯ୍ୟାୟର ମାଟିରେ ମିଶିବ ୪ଜଣ ଅଭିଯୁକ୍ତଙ୍କ ଘର । ଏହି ୪ ଅଭିଯୁକ୍ତ ଏକାଧିକ ମାମଲାରେ ଜଡ଼ିତଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ପରିବାର, ସରକାରୀ ଜମିକୁ ଜବରଦଖଲ କରି ସେଥିରେ ବେଆଇନ ଭାବରେ ଘର ନିର୍ମାଣ କରିଥିଲେ ।
ଆଜି ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ଆସନ୍ତା ସପ୍ତାହରେ ଆଉ କିଛି ଅପରାଧୀଙ୍କ ବେଆଇନ୍ ଘରକୁ ଭଙ୍ଗାଯିବ ସହ ମୂଲ୍ୟବାନ ଜମିକୁ ଜବରଦଖଲ ମୁକ୍ତ କରାଯିବ ବୋଲି ଏଗଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ତଥା ବଡ଼ବିଲ ତହସିଲଦାର ସୂଚନା ଦେଇଛନ୍ତି । ପ୍ରଭାବଶାଳୀ ଓ ଧନୀଙ୍କ ବେଆଇନ୍ କୋଠା ଉପରେ ବୁଲଡୋଜର ଚାଲିବ ବୋଲି ପୂର୍ବରୁ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ । ଏତେବ ଏଭଳି ଆକ୍ସନ ଅପରାଧୀଙ୍କ ମେରୁଦଣ୍ଡକୁ ଭାଙ୍ଗିବା ସହ ଜବରଦଖଲ କାରୀଙ୍କ ପାଇଁ ଏହା ଶକ୍ତ ଚେତାବନୀର ବାର୍ତ୍ତା ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…