April 29, 2026

Now Odisha

Now Odisha

ଅପରାଧ

ନୂଆଦିଲ୍ଲୀ : ଦିଲ୍ଲୀରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି। ଏପରିକି ଆପାର୍ଟମେଣ୍ଟରେ ରହୁଥିବା...

୧୮।୧୦: ପଞ୍ଜାବର ସିରହିନ୍ଦ ରେଳ ଷ୍ଟେଶନ ନିକଟରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଟଳି ଯାଇଛି। ଅମୃତସରରୁ ସହରସା ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ହଠାତ୍‌...

ସୀମାରେ ୩ ଜଣ ବାଂଲାଦେଶୀ ଚୋରଙ୍କୁ ହତ୍ୟା। ଏହି ବାଂଲାଦେଶୀମାନେ ସୀମାନ୍ତରେ ବୁଲୁଥିବା ଗାଁ ଲୋକଙ୍କ ଗୃହପାଳିତ ପଶୁଙ୍କୁ ଚୋରି କରିବାକୁ ଉଦ୍ୟମ କରୁଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା ମଧ୍ୟ କରିଛନ୍ତି। ଏଥିରେ ରାଗି ଯାଇ ଗାଁର ଅନ୍ୟ ଲୋକମାନେ ୩ ବାଂଲାଦେଶୀଙ୍କୁ ପିଟିପିଟି ମାରି ଦେଇଛନ୍ତି।ଅକ୍ଟୋବର ୧୫ରେ ତ୍ରିପୁରା ସୀମାନ୍ତରେ ପୂରା ଘଟଣା ଘଟିଥିବା ବେଳେ ଏହାକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୀତିକ ବିବାଦ ତୀବ୍ର ହୋଇଛି। ବାଂଲାଦେଶ ପକ୍ଷରୁ ମୃତକଙ୍କ ପାଇଁ ନ୍ୟାୟ ଦାବି କରାଯାଇଛି। ଏଥିସହ ଘଟଣାର ତୁରନ୍ତ, ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ବାଂଲାଦେଶ କହିଛି।ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ୩ ବାଂଲାଦେଶୀଙ୍କ ମୃତ୍ୟୁର ପ୍ରତବାଦ ଢାକା ପକ୍ଷରୁ କୂଟନୀତିକ ସ୍ତରରେ କରାଯାଇଛି। ବାଂଲାଦେଶ ବିଦେଶ ମନ୍ତ୍ରଣାଳୟ ଘଟଣାକୁ ଅତ୍ୟନ୍ତ ନୃଶଂସ, ଅଗ୍ରହଣୀୟ ଓ ମାନବାଧିକାରର ଉଲ୍ଲଙ୍ଘନ।ତେବେ ବାଂଲାଦେଶର ଏପରି ଅପ୍ରଚାରକୁ ଅଗ୍ରାହ୍ୟ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପୂରା ଘଟଣା ଭାରତୀୟ ଅଞ୍ଚଳର ୩ କିମି ଭିତରେ ଘଟିଛି। ଏଠାରେ ବେଆଇନ ପ୍ରବାସୀମାନେ ସ୍ଥାନୀୟ ବିଦ୍ୟାବିଲ ଗାଁରୁ ପଶୁ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଗାଁ ଲୋକମାନେ ଏହାକୁ ବିରୋଧ କରିବାରୁ ସେମାନେ ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଏହାର ଜବାବ ଗାଁ ଲୋକମାନେ ଦେଇଥିଲେ।ଏଥିରେ ଜଣେ ଗାଁ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। କିଛି ଗ୍ରାମବାସୀ ଆହତ ହୋଇଛନ୍ତି। ୩ ପ୍ରବାସୀ ଓ ଗାଁ ଲୋକଙ୍କ ବିବାଦ ଖବର ପାଇ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲା। ପ୍ରଶାସନ ପହଞ୍ଚିଲା ବେଳକୁ ୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇସାରିଥିଲା। ତୃତୀୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ମୃତଦେହକୁ ବାଂଲାଦେଶ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି।ଭାରତ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ। ଚୋରା ଚାଲାଣ ରୋକିବା ପାଇଁ ଭାରତ ସୀମାରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମକୁ ବାଂଲାଦେଶ ମଧ୍ୟ ସମର୍ଥନ କରିବା ଦରକାର ବୋଲି ମଧ୍ୟ ଜୈସୱାଲ କହିଛନ୍ତି।

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଆଇପିଏସ୍ ହେଉଛନ୍ତି ହରଚରଣ ସିଂହ ଭୁଲାର...

ଭୁବନେଶ୍ୱର,୧୭ା୧୦: ଦାମୀ କାର୍‌ରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ଖବର ପାଇ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଖୋର୍ଦ୍ଧାରୁ ୫୫୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ତେବେ ଜବତ ବ୍ରାଉନସୁଗାରର...

ଖୋର୍ଦ୍ଧା: ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର ଟଙ୍କା...

ନୂଆଦିଲ୍ଲୀ : ଭାରତରେ ବିଷାକ୍ତ କଫ ସିରପ ଯୋଗୁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁୁ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ବିଷୟକୁ ଧ୍ୟାନ ଦେଇଛି।...

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି...

error: Content is protected !!