ମୁମ୍ବାଇ : ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଥିବା ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସକାଳ ୧୦.୫୦ ମିନିଟରେ ବିଜନେସ ସେଣ୍ଟର ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ଏହାରି ଭିତରେ ଅନେକ ଲୋକ ଫସିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଘଟଣାରେ କେହି ହତାହତ ହୋଇନାହାନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ୬ଟି ଅଗ୍ନିଶମ ଗାଡି ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି, ସେଠାରେ ଅନେକ କର୍ପୋରେଟ ଅଫିସ ରହିଛି । ନିଆଁ ଲାଗିବା କାରଣରୁ ଆଖପାଖ ଅଞ୍ଚଳ ଧୂଆଁ ଧୂଆଁ ହୋଇଯାଇଥିଲା । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇପଡିଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ ଫସିଥିବା ଅନୁମାନ କରାଯାଉଛି

More Stories
କିସ ଛାତ୍ରଙ୍କ ମୃତ୍ୟୁ ଘଟଣା; ତଣ୍ଟି ଚିପି ହତ୍ୟା କରିଛନ୍ତି ୩ ସାଙ୍ଗ
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ