ମୁମ୍ବାଇ : ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଥିବା ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସକାଳ ୧୦.୫୦ ମିନିଟରେ ବିଜନେସ ସେଣ୍ଟର ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ଏହାରି ଭିତରେ ଅନେକ ଲୋକ ଫସିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଘଟଣାରେ କେହି ହତାହତ ହୋଇନାହାନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ୬ଟି ଅଗ୍ନିଶମ ଗାଡି ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି, ସେଠାରେ ଅନେକ କର୍ପୋରେଟ ଅଫିସ ରହିଛି । ନିଆଁ ଲାଗିବା କାରଣରୁ ଆଖପାଖ ଅଞ୍ଚଳ ଧୂଆଁ ଧୂଆଁ ହୋଇଯାଇଥିଲା । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇପଡିଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ ଫସିଥିବା ଅନୁମାନ କରାଯାଉଛି

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |