ପାପ ସମ୍ପତ୍ତି ଯାକ ତ ଗଲା ଗଲା: ନିଜ୍ ପୁରା ମାନ ଇଜ୍ଜତ୍ ବି ବଜାରରେ ନିଲାମ ହୋଇଗଲା !ବାପା ମହଲ ସିଂ ଭୁଲାର୍ ଥିଲେ ପଞ୍ଜାବର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏବଂ ପୁଅ ହରଚରନ୍ ସିଂ ଭୁଲାର୍ ସେହି ପଞ୍ଜାବ ପୋଲିସର ପାତିଆଲା ରେଞ୍ଜ ଡ଼ିଆଇଜି ! ଏଭଳି ଏକ ପ୍ରଭାବୀ ପରିବାର ଉପରେ ଦୁଇ ଦିନ ତଳେ ସିବିଆଇ ଚଢ଼ାଉ ହୋଇଥିଲା ! ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କୁ ୮ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ ପରେ ଏହି ଚଢ଼ାଉ ସମୟରେ ଡ଼ିଆଇଜି ହରଚରନ୍ ବାବୁଙ୍କ ଘରୁ ମିଳିଲା ଆୟ ବହିର୍ଭୁତ ନଗଦ ଦେଢ଼ ୭ କୋଟି ଟଙ୍କା, ଅଢ଼େଇ କେଜି ଓଜନର ସୁନା, ଅଡି ଓ ମର୍ଶିଡିଜ୍ ଭଳି କାର୍, ୨୬ ଗୋଟି ଦାମୀ ହାତଘଣ୍ଟା ଏବଂ ୫୦ଟି ଅସ୍ଥାବର ଭୁସମ୍ପତ୍ତି ! ଏହାପରେ ଏହି ବରିଷ୍ଠ ଆଇପିଏସ ବାବୁଙ୍କୁ ସିବିଆଇ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଛି ! ଏତେ ବଡ଼ ସରକାରୀ ପୁଣି ପୋଲିସ ଅଧିକାରୀ ତ ରହମାନ୍ ପଡ଼ିଲେନି; ଆଉ ଯେଉଁ ଖୁଚୁରା ସରକାରୀ କର୍ମଚାରୀ ପାପ ସମ୍ପତ୍ତି ଗୋଟେଇବାରେ ମନୋନିବେଶ କରି ଆସୁଛନ୍ତି କେବେ ଯଦି ସେମାନଙ୍କ ଉପରେ ଭିଜିଲାନ୍ସ ଛାପା ପଡ଼ିବ ତ ସେ ପାପ ଅର୍ଜିତ ସମ୍ପତ୍ତି ଆଉ କେଉଁ କାମରେ ଆସିବ କୁହନ୍ତୁ ତ 🫨Punjab Police India - Now Odisha
Skip to content
Post Views: 17
error: Content is protected !!
More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |