February 4, 2026

Now Odisha

Now Odisha

ରାଜଧାନୀ​‌ରେ ଏଥର ନିୟମରେ ପୂଜା: ରାତି ୧୦ଟା ପରେ ମେଲେଡ଼ି ମନା, ମଣ୍ଡପ​‌ରେ ସିସିଟିଭି ବାଧ୍ୟତାମୂଳକ

Spread the love

ଭୁବନେଶ୍ୱର ୨୬/୦୮: ପାର୍ବଣ ଋତୁ ପୂର୍ବ କଠୋର ହେଲା କମିଶନରରେଟ୍ ପୁଲିସ। ପୂଜା ପାଇଁ ଜାରି ହେଲା ସ୍ବତନ୍ତ୍ର ଗାଇଡ଼୍ଲାଇନ୍। ଚଳିବ ବର୍ଷ ଗଣେଶ ପୂଜା ବାଜିପାରିବନି ଡିଜେ। ସାଉଣ୍ଡ୍ ଲିମିଟ୍ରେ ବଜାଇପାରିବେ ଭକ୍ତି ଗୀତ। ରାସ୍ତା ଉପରେ ହୋଇପାରିବନି ବଡ଼ ବଡ଼ ତୋରଣ। ରାତି ୧୦ଟା ପରେ ହେବନି ମେଲୋଡ଼ି। ନିଶାମୁକ୍ତ ହେବ ପୂଜା ମଣ୍ଡପ।

ପ୍ରତି ପୂଜା ସ୍ଥଳରେ ସିସିଟିଭି ବାଧ୍ୟତାମୂଳକ। ବେଆଇନ୍ ଭାବେ ଚାନ୍ଦା ଆଦାୟ କଲେ କମିଟି ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଦାଦାବଟ ମାଗିଲେ ଥାନାକୁ ଭିଡ଼ା ହେବେ ଅଭିଯୁକ୍ତ। ଭିଡ ନିୟନ୍ତ୍ରଣ ପାଇଁ ସହରରେ ମୁତୟନ ହେବେ ବ୍ୟାବକ ପୁଲିସ ଫୋର୍ସ। ରାତିରେ କରାଯିବା ପାଟ୍ରେଲିଂ। ନିଶାଡିଙ୍କୁ ଧରିବାକୁ କରାଯାଇଛି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ । ଭସାଣି ଉତ୍ସବ ବେଳେକୁ ଆତସବାଜି ଫୁଟାଇବା ପୂର୍ବରେ ଲାଗିଛି ସମ୍ପୂର୍ଣ୍ଣ ରୋକ।

ଆଉ ଦିନକ ପରେ ଆରମ୍ଭ ହେବ ଗଣେଷ ପୂଜା । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୂଜା ପ୍ରସ୍ତୁତି। ହେଲେ ଶେଷ ମୁହୂର୍ତ୍ତରେ ପୂଜା କମିଟି ଗୁଡ଼ିକ ଝଟକା ଦେଇଛି କମିଶନରେଟ୍ ପୁଲିସ। ଆଣିଛି ସର୍ପ୍ରାଇଜ କଲା ଭଳି ଗାଇଡ୍ଲାଇନ୍। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଗଣେଷ ପୂଜା ଭସାଣିରେ ବାଜିପାରିପାରିବନି ଡିଜେ। ମାଇକ୍ ବଜାଇବାକୁ ନେବାକୁ ପଡିବ ପୁଲିସ ଅନୁମିତି। କେବେ କମ୍ ସାଉଣ୍ଡରେ ବାଜିପାରିବ ଭକ୍ତି ସଂଗୀତ। ଏହାସହିତ ରାସ୍ତା ଉପରେଲାଗିବନି ବଡ଼ ବଡ଼ ତୋରଣ। ପ୍ରତି ମଣ୍ଡପରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। କରାଯାଇଛି। ପୂଜା ସମୟରେ ଦାଦା ବଟି ଆଦାୟ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।

ସେହିପରି ରାତି ୧୦ ପରେ ମଲୋଡିକୁ ଉପରେ ରୋକ୍ ଲଗାଇଛି କମିଶନରେଟ୍ ପୁଲିସ । ଗଣେଶ ଭସାଣ ଉତ୍ସବ ସମୟରେ ଆତସବାଜି ଫୁଟିବନି । ଏହାସହିତ ନିଶାମୁକ୍ତ ପୂଜା ପେଣ୍ଡାଲ ପାଇଁ ପୁଲିସ ଗୁରୁତ୍ୱ । ତେବେ ପୂଜା ମାହୋଲକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖାସ୍ କରି ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବ କମିଶନରେଟ୍ ପୁଲିସ

error: Content is protected !!