February 4, 2026

Now Odisha

Now Odisha

ଜମ୍ମୁ-କଶ୍ମୀରର ଡୋଡାରେ ଧରାଳି ଭଳି ପ୍ରକୃତିର ତାଣ୍ଡବ: ବାଦଲଫଟା ବର୍ଷାରେ ଭାସିଗଲା ୧୦ ରୁ ଅଧିକ ଘର, ୪ ମୃତ

Spread the love

ଶ୍ରୀନଗର,୨୬।୮: ପ୍ରବଳ ବର୍ଷାରେ ବେହାଲ ଭାରତର ଭୂସ୍ବର୍ଗ ଜାମ୍ମୁ-କଶ୍ମୀର। ଡୋଡାରେ ଦାଉ ସାଧିଲା ପ୍ରକୃତି। ଧରାଲି ଭଳି ଭୟଙ୍କର ବାଦଲ ଫଟା ବର୍ଷା ପରେ ରଚିଲା ତାଣ୍ଡବ। ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାସିଯାଇଛି ୧୦ରୁ ଅଧିକ ଘର। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଥିବା ବେଳେ ସ୍କୁଲ ଛୁଟି କରି ଦିଆଯାଇଛି।

ଡୋଡାରେ ଲଗାତାର ବର୍ଷା, ଭୂସ୍ଖଳନ, ମାଟି ଅତଡା ଓ ପଥର ଖସିବା ଭଳି ଘଟଣା ଦେଖିବାକୁ ମିଳୁଛି। ଯେଉଁ କାରଣରୁ ଜାତୀୟ ରାଜପଥ ସହ ବହୁ ଅଞ୍ଚଳ ବନ୍ଦ ହୋଇଯାଇଛି।

ଡୋଡା ଜିଲ୍ଲାର ଭଲେସା ଅଞ୍ଚଳରେ ଆଜି ବାଦଲ ଫଟା ବର୍ଷା ଘଟଣା ସାମନାକୁ ଆସିଛି। ଏହି କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବହୁ ସ୍ଥାନରେ ଭୂସ୍ଖଳନ ଯୋଗୁଁ ବର୍ଷା ପରେ ପଥର ଖସିବାର ଦେଖିବାକୁ ମିଳିଛି। ପାଣିପାଗ ବିଭାଗ କଠୁଆ, ସାମ୍ଭା, ଡୋଡା, ଜମ୍ମୁ, ରାମବନ ଓ କିଶତଓ୍ବାଡା ସହ ଜମ୍ମୁର ବହୁ ଅଞ୍ଚଳରେ ଚେତାବନୀ ଜାରି କରିଛି। ଆଗକୁ ଏହି ସବୁ ଅଞ୍ଚଳରେ ବାଦଲ ଫଟା ବର୍ଷା ହେବାର ସମ୍ଭାନା ରହିଛି। ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଜମ୍ମୁର ସମ୍ଭାଗରେ ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ଛୁଟି କରି ଦିଆଯାଛି। ତଭି ନଦୀ ଓ ବିଭିନ୍ନ ନାଳରେ ଜଳସ୍ତର ପୂର୍ବରୁ ବିପଦ ସଙ୍କେତର ଉପର ବୋହୁଛି। ଏହା ପୂର୍ବରୁ ଉତ୍ତରାଖଣ୍ଡର ଧରାଲିରେ ବାଦଲଫଟା ବର୍ଷା ଯୋଗୁଁ ପୁରା ଗାଁର ପ୍ରଭାବିତ ହୋଇଥିଲା। ୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ୫୦ରୁ ଅଧିକ ନିଖୋଜ ଅଛନ୍ତି।

error: Content is protected !!