February 4, 2026

Now Odisha

Now Odisha

ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ

Spread the love

ଟାଙ୍ଗୀ, ୨୬/୦୮ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର। ହୁତୁହୁତୁ ହୋଇ ଜଳିଗଲା ଘର। ଗୋଟିଏ କି ଦୁଇଟି ନୁହେଁ ସର୍ବସ୍ଵାନ୍ତ ହୋଇଗଲେ ୬ଟି ପରିବାର। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଉଜଳା-ଗୋପୀନାଥପୁର ଗାଁରେ ସୋମବାର ସନ୍ଧ୍ୟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

କୌଣସି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଟାଙ୍ଗୀ ନିକଟସ୍ଥ ଉଜଳା-ଗୋପୀନାଥପୁର ଗାଁର ଶଙ୍କର ପରିଡାଙ୍କ ଘରେ ଗତକାଲି ସନ୍ଧ୍ୟାରେ ରୋଷେଇ ହେଉଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା। ଦେଖୁ ଦେଖୁ ଘର ସାରା ନିଆଁ ବ୍ୟାପି ଯାଇଥିଲା। ପରେ ଆଖପାଖରେ ଥିବା ୬ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁକିଛି ଜଳିପୋଡ଼ି ଛାରଖାର ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଶଙ୍କର ପରିଡ଼ା, ସୁରେନ୍ଦ୍ର ପରିଡ଼ା, ତ୍ରିନାଥ ପରିଡ଼ା, ପାଲୁ ପରିଡ଼ା, କେଶବ ସାହୁ, ଚେମା ସାହୁ, ବାଉରୀବନ୍ଧୁ ସାହୁଙ୍କର ଘର ଜଳିପୋଡି ପାଉଁଶ ହୋଇଯାଇଛି।ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗ୍ୟାସ୍ ଟାଙ୍କି ଫାଟିବା ସମୟରେ ରୋଷେଇ ଘରେ କେହି ନଥିଲେ, ସେଥିପାଇଁ କୌଣସି ଜୀବନ ହାନୀ ହୋଇନାହିଁ। ଆକସ୍ମିକ ଓ ଅସାବଧାନତା ଯୋଗୁଁ ଏପରି ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

error: Content is protected !!