କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଝଟକା ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ତାଙ୍କ ଆବେଦନକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବାରାଣସୀ ସ୍ପେଶାଲ କୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ରାହୁଲ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ।ଗତବର୍ଷ ଶିଖ ସଂପ୍ରଦାୟ ବିରୋଧରେ ସେ ଦେଇଥିବା ବୟାନକୁ ଆଧାର କରି ହୋଇଥିବା ସଂଶୋଧନ ଆବେଦନକୁ ବାରାଣସୀ ସ୍ପେଶାଲ କୋର୍ଟ ଗ୍ରହଣ କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ରାହୁଲ ହାଇକୋର୍ଟ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।ଆବେଦନ ଖାରଜ ହେବାର ଅର୍ଥ ଏବେ ବାରାଣସୀ ସାଂସଦ/ବିଧାୟକ କୋର୍ଟରେ ରିଭିଜନ ପିଟିସନର ବିଚାର କରିବାକୁ ବାଟ ଫିଟିଛି। କୋର୍ଟ ଏବେ ପିଟିସନକୁ ଆଧାର କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିପାରିବେ। ୨୦୨୫ ଜୁଲାଇ ୨୧ରେ ବାରାଣସୀ ସ୍ପେଶାଲ କୋର୍ଟ ରାହୁଲ ଗାନ୍ଧି ବିରୋଧରେ ଆଗତ ଗୋଟିଏ ରିଭିଜନ ପିଟିସନକୁ ଗ୍ରହଣ କରିଥିଲେ। ଏହା ବିରୋଧରେ ରାହୁଲ ଗାନ୍ଧି ହାଇକୋର୍ଟକୁ ଯାଇଥିଲେ। ଗତବର୍ଷ ରାହୁଲ ଗାନ୍ଧି ୩ ଦିନିଆ ଆମେରିକା ଗସ୍ତରେ ଯାଉଥିବା ବେଳେ ପୂରା ଘଟଣା ଘଟିଥିଲା। ଏହି ସମୟରେ ରାହୁଲ ସେଠାରେ କହିଥିଲେ ଯେ ଭାରତରେ ଶିଖମାନଙ୍କୁ ପଗଡ଼ି ପିନ୍ଧିବାକୁ କିମ୍ବା ହାତରେ କଡ଼ା ଲଗାଇବାକୁ ଅନୁମତି ମିଳୁନି।ରାହୁଲଙ୍କ ଏପରି ବୟାନ ବିରୋଧରେ ପ୍ରଥମେ ୨୦୨୪ ନଭେମ୍ବର ୨୮ରେ ଗୋଟିଏ ଆବେଦନ କରାଯାଇଥିଲେ ହେଁ ଏହାକୁ ସ୍ୱତନ୍ତ୍ର କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ନାଗେଶ୍ୱର ମିଶ୍ରା ନାମକ ଜଣେ ବ୍ୟକ୍ତି ବାରାଣସୀ ସ୍ୱତନ୍ତ୍ର କୋର୍ଟରେ ସଂଶୋଧିତ ପିଟିସନ ଦାଖଲ କରିଥିଲେ। ଏହାକୁ ୨୦୨୫ ଜୁଲାଇ ୨୧ରେ ସ୍ୱତନ୍ତ୍ର ବିଚାରପତି ଗ୍ରହଣ କରିଥିଲେ।ଏହାକୁ ରାହୁଲ ଗାନ୍ଧି ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେପ୍ଟେମ୍ବର ୩ରେ ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏବେ ଏହାର ରାୟ ପ୍ରକାଶ ପାଇଛି। ଆଜି ହାଇକୋର୍ଟ ରାହୁଲ ଗାନ୍ଧିଙ୍କ ଆବେଦନକୁ ଖାରଜ କରି ତାଙ୍କୁ ବଡ଼ ଝଟକା ଦେଇଛନ୍ତି। admin September 26, 2025 Spread the love Post Views: 0 Continue Reading Previous: ମାସକୁ କେତେ ଥର କରାଯାଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଜାଣନ୍ତୁ କେମିତି ହୁଏ…Next: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି: ହାଇଆଲର୍ଟରେ ଝାରସୁଗୁଡ଼ା… Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ