September 14, 2026

Now Odisha

Now Odisha

ମାଟିରେ ଗଣେଶ ମୂର୍ତ୍ତି ନିର୍ମାଣ, ପରିବେଶ ସୁରକ୍ଷାର ବାର୍ତ୍ତା

Spread the love

ଖୋର୍ଦ୍ଧା: ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆଜି ମାଟିରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। ଦୀର୍ଘ ୧୧ ବର୍ଷ ଧରି ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ମାଟିରେ ଗଣେଶ ମୂର୍ତ୍ତି ନିର୍ମାଣ କରି ମାଗଣାରେ ବଣ୍ଟନ କରାଯାଉଛି।ମାଟିରେ ତିଆରି ପରିବେଶ ଅନୁକୂଳ ମୂର୍ତ୍ତି ପୂଜା କରିବା ସହ ପ୍ଲାଷ୍ଟର ଅଫ୍ ପ୍ୟାରିସ୍‌ରେ ନିର୍ମିତ ମୂର୍ତ୍ତିକୁ ଏଡ଼ାଇବା ପାଇଁ ଲୋକଙ୍କୁ ସଚେତନ କରିବା ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଫାଉଣ୍ଡର ଏଲ୍. ଇଶ୍ୱର ରାଓ କହିଛନ୍ତି।ମାଟିର ମୂର୍ତ୍ତି ବ୍ୟବହାର ଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହ ଜଳ ପ୍ରଦୂଷଣକୁ ମଧ୍ୟ ରୋକାଯାଇପାରିବ ବୋଲି ସେ ବାର୍ତ୍ତା ଦେଇଛନ୍ତି।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ

error: Content is protected !!