September 14, 2026

Now Odisha

Now Odisha

ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ପୁଲିସକୁ ବଡ଼ ସଫଳତା।

Spread the love

ଖୋର୍ଦ୍ଧା: ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ପୁଲିସକୁ ବଡ଼ ସଫଳତା। ବାରୁଣେଇ ମନ୍ଦିର ନିକଟ ପାର୍କରେ ଚଢ଼ାଉ କରି ୬୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି ପୁଲିସ। ଘଟଣାରେ ୨ ଜଣ ୧୯ ବର୍ଷୀୟ ଯୁବକ ସୁଭମ ସାମନ୍ତରାୟ ଓ ରାକେଶ କୁମାର ବେହେରାଙ୍କୁ ଗିରଫ କରାଯାଇଛି।
ପୁଲିସ ସେମାନଙ୍କ ଠାରୁ ୨ଟି ମୋବାଇଲ୍ ଫୋନ୍, ଗୋଟିଏ ବୁଲେଟ୍ ମୋଟରସାଇକେଲ୍, ଗୋଟିଏ ବଜାଜ୍ ପ୍ଲାଟିନା ମୋଟରସାଇକେଲ୍ ଏବଂ ନଗଦ ୫,୧୦୦ ଟଙ୍କା ମଧ୍ୟ ଜବତ କରିଛି।
୧୩ ସେପ୍ଟେମ୍ବର ଅପରାହ୍ନ ପ୍ରାୟ ୩ଟା ସମୟରେ ବିଶ୍ୱସନୀୟ ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ଖୋର୍ଦ୍ଧା ଏସ୍‌ପି ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ନିର୍ଦ୍ଦେଶରେ, ଖୋର୍ଦ୍ଧା ଏସ୍‌ଡିପିଓ ପଙ୍କଜ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ଏବଂ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନେତୃତ୍ୱରେ ପୁଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଘଟଣାରେ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନାରେ NDPS ଆଇନର ଧାରା ୨୧(b)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।

error: Content is protected !!