ଝାରସୁଗୁଡା: ଝାରସୁଗୁଡା ଯୁବ ସମାବେଶରେ ଜନ ସାଧାରଣଙ୍କୁ ସମ୍ବୋଧନ କରି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କରିଛି । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା । ଆମ ସରକାର ୧୨ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି । କଂଗ୍ରେସ ସରକାର ବେଳେ ୧ଲକ୍ଷ ଖର୍ଚ୍ଚ ପାଇଁ ୨୫ହଜାର ଟିକସ ଦେବାକୁ ପଡୁଥିଲା ।
ହେଲେ ଆମ ସରକାରରେ ବର୍ତ୍ତମାନ ୧ଲକ୍ଷରେ କେବଳ ୪ରୁ ୫ହଜାର ଟିକସ ଦେବାକୁ ପଡୁଛି । ଜିଏସଟି କମ୍ ହେବା ସତ୍ୱେ ହିମାଚଳ କଂଗ୍ରେସ ସରକାର ଲୁଟ୍ କରୁଛି । ସିମେଣ୍ଟ ଦାମରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି । ସାରା ଦେଶ ଜିଏସଟିର ଉପକାର ପାଉଥିବା ବେଳେ ହିମାଚଳବାସୀ ବଞ୍ଚିତ ବୋଲି କହିଛନ୍ତି ମୋଦୀ ।
Post Views: 33
More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…