EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ


EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। VVPAT ସ୍ଲିପ୍‌ ସହ ଜଡିତ ସମସ୍ତ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।କୋର୍ଟ କହିଛନ୍ତି, ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ-ଯାଞ୍ଚ ପାଇଁ ଦାବି କରିପାରିବେ। ଇଞ୍ଜିନିୟରମାନେ ମାଇକ୍ରୋ କଣ୍ଟ୍ରୋଲରର ମେମୋରୀ ଯାଞ୍ଚ କରିବେ। ପ୍ରାର୍ଥୀଙ୍କୁ ଏହି ଅନୁସନ୍ଧାନର ଖର୍ଚ୍ଚ ବହନ କରିବାକୁ ପଡିବ। ଯଦି ଏହା ଭୁଲ ପ୍ରମାଣିତ ହୁଏ, ତେବେ ଟଙ୍କା ଫେରସ୍ତ ହେବ।ଏଥିସହ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଭବିଷ୍ୟତରେ VVPAT ସ୍ଲିପରେ ବାର କୋଡ ଉପରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ଏହା ବ୍ୟତୀତ ବାଲାଟ ପେପର ମାଧ୍ୟମରେ ନିର୍ବାଚନ ହେବାର ଦାବି ମଧ୍ୟ ବେଞ୍ଚ ଗ୍ରହଣ କରି ନାହିଁ।VVPAT ହେଉଛି ଏକ ସ୍ବାଧୀନ ଭୋଟ ଯାଞ୍ଚ ବ୍ୟବସ୍ଥା। ଏହା ମାଧ୍ୟମରେ ଭୋଟରମାନେ ଜାଣିପାରିବେ ଯେ ସେମାନଙ୍କ ଭୋଟ ସେହି ବ୍ୟକ୍ତିଙ୍କ ନିକଟକୁ ଯାଇଛି କି ନାହିଁ ଯାହାଙ୍କ ପାଇଁ ସେମାନେ ଭୋଟ ଦେଇଛନ୍ତି।ଶେଷ ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚ VVPAT ସହିତ ଇଭିଏମ ମାଧ୍ୟମରେ ଦିଆଯାଇଥିବା ଭୋଟ ଯାଞ୍ଚ କରିବାକୁ ଅନୁରୋଧ କରିଥିବା ଆବେଦନ ଉପରେ ସଂରକ୍ଷିତ ରଖିଥିଲେ।


error: Content is protected !!