ରେଳମନ୍ତ୍ରୀ କହିଛନ୍ତି ଯେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ବୁଲେଟ୍ ଟ୍ରେନରେ ମାତ୍ର ଦୁଇ ଘଣ୍ଟା ସାତ ମିନିଟରେ ମୁମ୍ବାଇରୁ ଅହମ୍ମଦାବାଦରେ ପହଞ୍ଚିପାରିବେ । ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବହୁତ ଭଲ ଭାବରେ ଅଗ୍ରଗତି କରୁଛି । ସେ ସୁରଟ ରେଳ ଷ୍ଟେସନର ଏକ ନିରୀକ୍ଷଣ ସମୟରେ ଏହି ଘୋଷଣା କରିଥିଲେ । ସେ ଷ୍ଟେସନ କାର୍ଯ୍ୟ ସହିତ ଷ୍ଟେସନ ନିର୍ମାଣ, ଟ୍ରାକ୍ ପ୍ରସ୍ତୁତି ଏବଂ ବିଭିନ୍ନ କାର୍ଯ୍ୟ ଯାଞ୍ଚ କରିଥିଲେ । ୨୦୧୯ ସୁଦ୍ଧା ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ପ୍ରକଳ୍ପର ପ୍ରଥମ ୫୦ କିଲୋମିଟର ଅଂଶ ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ସେହିପରି ୨୦୨୮ ସୁଦ୍ଧା ଥାଣେ-ଅହମ୍ମଦାବାଦ ସେକ୍ସନ କାର୍ଯ୍ୟକ୍ଷମ ହେବ । ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ମୁମ୍ବାଇ-ଅହମ୍ମଦାବାଦ ସେକ୍ସନ କାର୍ଯ୍ୟକ୍ଷମ ହେବ । ଏହି ବୁଲେଟ୍ ଟ୍ରେନର ଗତି ମୁଖ୍ୟ ଲାଇନରେ ଘଣ୍ଟାପ୍ରତି ୩୨୦ କିଲୋମିଟର ରହିଥିବାବେଳେ ଲୁପ୍ ଲାଇନ୍ ଗତି ଘଣ୍ଟାପ୍ରତି ୮୦ କିଲୋମିଟର ରହିବ ।
Post Views: 13
More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |