October 1, 2026

Now Odisha

Now Odisha

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ

Spread the love

ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ ବର୍ଷରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ କରାଯିବ । ଏହି ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଆସିଷ୍ଟାଣ୍ଟ ଟିଚର୍ ଲେଭଲ୍-V(A) ପଦରେ ନିୟମିତ କରାଯାଇଛି। ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପାଇବେ

ତେବେ ନିୟମିତକରଣ ପୂର୍ବରୁ ଯେଉଁ ସମୟ ପର୍ଯ୍ୟନ୍ତ ସେମାନେ ସ୍କିମାଟିକ୍/କଣ୍ଟ୍ରାକ୍ଚୁଆଲ୍ କ୍ଷମତାରେ କାର୍ଯ୍ୟ କରିଥିଲେ, ସେହି ସମୟକୁ ନିୟମିତ ସେବା ଭାବେ ଗଣନା କରାଯିବ ନାହିଁ । ଏହି ସମୟ ପାଇଁ ନିୟମିତ ସିନିୟରିଟି କିମ୍ବା ଅନ୍ୟ କୌଣସି ନିୟମିତ ସେବା ସୁବିଧା ମିଳିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

error: Content is protected !!