ବିଜୟାଦଶମୀ ଅବସରରେ ମଙ୍ଗଳବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ନିର୍ବାଚନମଣ୍ଡଳୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଆଶିଷ ଗ୍ରହଣ କରିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ଶାନ୍ତି କାମନା କରିଛନ୍ତି।
ବିଧାୟକ ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ସମେତ ସାହାରପଡ଼ା ବ୍ଲକର ପ୍ରାଚୀନ ଶକ୍ତିପୀଠ ଉଦୟପୁର ଦୁର୍ଗାମନ୍ଦିର ପରିଦର୍ଶନ କରିଥିଲେ। ବିଭିନ୍ନ ମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ପୂଜା କମିଟିର ସଦସ୍ୟ ଓ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ସହ ଭାବ ବିନିମୟ କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ନାଏକ ସୃଷ୍ଟି ର କଲ୍ୟାଣ ସହ ରାଜ୍ୟବାସୀ ଓ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଶାନ୍ତି, ସୁଖ ଓ ସମୃଦ୍ଧି ପାଇଁ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତାଙ୍କର ପରିଦର୍ଶନକୁ ନେଇ ବିଭିନ୍ନ ପୂଜାମଣ୍ଡପରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।
More Stories
ପାଣିରେ ବୁଡି ଶିଶୁପୁତ୍ରର ମୃତ୍ୟୁ
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |