ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ମେର୍ଦା ପଞ୍ଚାୟତର କୁସୁମପୁରା ଗାଁରେ ଗାଡି଼ିଆ ପାଣିରେ ବୁଡି ଏକ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ କୁସୁମପୁରା ଗ୍ରାମର ରଘୁ ମୁର୍ମୁଙ୍କ ଏକ ବର୍ଷର ଶିଶୁପୁତ୍ର ମୋହିତ ସୋମବାର ଘର ପାଖରେ ଖେଳୁଥିଲା । ତେବେ ରଘୁ କିଛି ସମୟ ପାଇଁ ଗାଁ ଭିତରକୁ ଯାଇଥିବା ବେଳେ ଏବଂ ମାଆ ଫୁଲ ମୁର୍ମୁ ଘର କାମରେ ବ୍ୟସ୍ତ ଥିଲେ । କିଛି ସମୟ ପରେ ରଘୁ ଫେରି ଆସି ପୁଅକୁ ଖେଳୁଥିବା ସ୍ଥାନରେ ନପାଇବାରୁ ପରିବାର ଲୋକେ ଚାରିପଟେ ଖୋଜାଖୋଜି କରିଥିଲେ। ପରେ ଘର ନିକଟସ୍ଥ ଏକ ଗାଡ଼ିଆ ପାଣିରେ ମୋହିତ ଭାସୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଶିଶୁକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ଶିଶୁପୁତ୍ର ମୋହିତକୁ ମୃତ ଘୋଷଣା କରିଥିଲେ । ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର ବ୍ୟବଚ୍ଛେଦ ପରେ ଶିଶୁପୁତ୍ରର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
More Stories
ବିଭିନ୍ନ ପୂଜାମଣ୍ଡପ ବୁଲିଲେ ବିଧାୟକ ଅଖିଳ ଚନ୍ଦ୍ର ନାଏକ ମା’ ଦୁର୍ଗାଙ୍କ ଆଶିଷ ନେଇ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ
ଏହି ରାଶିଙ୍କ ଭାଗ୍ୟ ବଦଳାଇବେ ମଙ୍ଗଳ: ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାରିଆଡୁ ପାଇବେ ସଫଳତା
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ