—କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଉଚ୍ଚମାନର ଡିଜିଟାଲ୍ ଶିକ୍ଷାର ଉପଲବ୍ଧତାକୁ ସାର୍ବଜନୀନ କରିବା ପାଇଁ ଏହି ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି। ଏହି ପ୍ଲାଟଫର୍ମ ଏଆଇ, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଏବଂ ଆନୁସଙ୍ଗିକ କ୍ଷେତ୍ର ଭଳି ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଶିଳ୍ପ-କେନ୍ଦ୍ରିତ ପାଠ୍ୟକ୍ରମ ପ୍ରଦାନ କରିବ। ଏହା ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ସୁସଜ୍ଜିତ କରିବା ପାଇଁ ନମନୀୟ ଡିଜିଟାଲ୍ ଶିକ୍ଷାଦାନ ଧାରା ଏବଂ ଭର୍ଚୁଆଲ୍ ଲ୍ୟାବ ପ୍ରଦାନ କରିବ।
କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଓଡ଼ିଶାର ବାଲେଶ୍ୱର ସମେତ ମୁଜାଫରପୁର (ବିହାର), ତିରୁପତି (ଆନ୍ଧ୍ରପ୍ରଦେଶ), ଦାମନ (ଦାଦ୍ରା ଏବଂ ନଗର ହାବେଳୀ ଏବଂ ଦାମନ ଏବଂ ଦିଉ), ଏବଂ ଲୁଙ୍ଗଲେଇ (ମିଜୋରାମ)ରେ ପାଞ୍ଚଟି ନୂତନ ଏନଆଇଇଏଲଆଇଟି କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ନୂତନ କେନ୍ଦ୍ରଗୁଡ଼ିକର ଯୋଡି ହେବା ସହିତ ଏନଆଇଇଏଲଆଇଟି ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଏନଆଇଇଏଲଆଇଟି ଏବଂ ମାଇକ୍ରୋସଫ୍ଟ, ଜେଡସ୍କେଲର, ସିସିଆରୱାଇଏନ, ଡିକ୍ସନ ଟେକ୍ ଏବଂ ଫ୍ୟୁଚର କ୍ରାଇମ୍ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,