ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଓ ଡମୋଳରେ ଆକର୍ଷଣୀୟ ଶ୍ରୀ ଗଣେଶଙ୍କ ପୂଜା ଲାଗି ସମସ୍ତ ପୂଜା ମଣ୍ଡପ ସାଜସଜ୍ଜା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପାଗ ଅନୁକୂଳ ସତ୍ତ୍ୱେ ସମସ୍ତ ପୂଜା ମଣ୍ଡପ ଆକର୍ଷଣୀୟ ସାଜସଜ୍ଜା ଦେଖିବାକୁ ମିଳିଛି । ଚଳିତ ବର୍ଷ ଅଗ୍ରପୂଜ୍ୟ , ଗଜାନନ ,ବିଘ୍ନନାଶକ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ପାଳିତ ହେବାକୁ ଯାଉଛି ।କାରଣ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହୋଇଯାଇଛି ସମସ୍ତ ପୂଜା ମଣ୍ଡପ , ଏହା ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି ।ପରଜଙ୍ଗ ବଜାରରୁ ଯାଇଥିବା ବ୍ଲକ ରାସ୍ତାରେ ଆଜି ଠାରୁ ଗହଳ ଚହଳ ଆରମ୍ଭ ହୋଇଗଲାଣି କାରଣ ଏହି ରାସ୍ତାଟି ସର୍ବସାଧାରଣଙ୍କ ପ୍ରମୁଖ ରାସ୍ତା ହୋଇ ରହିଛି ।ଏହି ରାସ୍ତାରେ ସ୍କୁଲ କଲେଜ ସମେତ ବ୍ଲକ କାର୍ଯ୍ୟଳୟ , ମେଡିକାଲ , ଅଗ୍ନିଶମ କେନ୍ଦ୍ର , କୃଷି ବିଭାଗ କାର୍ଯ୍ୟାଳୟ ଏହିପରି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଥିବାରୁ ସବୁବେଳେ ଲୋକଙ୍କ ଗହଳ ଚହଳ ହେଉଥିବା ବେଳେ ଏହା ସାଙ୍ଗକୁ କିଛି ଦିନ ଗଣେଶ ପୂଜାରେ ଜନସମାଗମ ଦେଖିବାକୁ ମିଳିବ । ପୂଜା ଆରମ୍ଭରୁ ରାସ୍ତାର ଉଭୟ ପାର୍ଶ୍ବରେ ମୀନା ବଜାର ,ଭେରାଇଟ ଚାଟ ଦୋକାନ ସାଙ୍ଗକୁ ଅନ୍ୟାନ୍ୟ ଦୋକାନ ପସରା ମେଲାଇ ସାରିଲେଣି ।ଯାହା ଫଳରେ ଲୋକଙ୍କ ଭିଡ ଆରମ୍ଭ ହୋଇଯାଇଛି ।ମୂର୍ତ୍ତି କାରିଗର ଶ୍ରୀ ଗଣେଶଙ୍କ ଶେଷ ସ୍ପର୍ଶ ଅପେକ୍ଷାରେ ଥିବା ବେଳେ ସମସ୍ତ ପୂଜା ମଣ୍ଡପ କମିଟିର ସଦସ୍ୟ ମାନେ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରିବା ପାଇଁ ବ୍ୟସ୍ତ ବହୁଳ ହୋଇପଡିଛନ୍ତି । ସେହିପରି ଡମୋଳ ଗାଁରେ ସମସ୍ତ ପୂଜା ମଣ୍ଡପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ଦେଖିବାକୁ ମିଳିଛି

More Stories
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ