February 4, 2026

Now Odisha

Now Odisha

ଶରଧାବାଲିରେ ବୁଲିଲା ଖଣ୍ଡା |

Spread the love

ପୁରୀ: ଦିନ ଦ୍ବିପହରରେ ଶରଧାବାଲିରେ ଖଣ୍ଡା ବୁଲିଛି। ୩ ଫୁଟିଆ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି। । ଖଜା ଦୋକାନୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାଗରେ ଦୁର୍ବୃତ୍ତ ଖଣ୍ଡା ଚୋଟରେ ଦୁଇ ଝୁଡ଼ି ଖଜାକୁ ହାଣି ପକାଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଥିବା କୁହାଯାଉଛି । ଶରଧାବାଲି ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ସୌମ୍ୟ ରଞ୍ଜନ ପାତ୍ରଙ୍କ ଖଜା ଦୋକାନକୁ ଆକ୍ରମଣ ହୋଇଛି ।

ଦିନ ଦ୍ବିପହରରେ ସମସ୍ତଙ୍କ ଆଖି ସାମନାରେ ଏଭଳି କାଣ୍ଡ ଭିଆଇ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ୩ ଦୁର୍ବୃତ୍ତ ।

ଶ୍ୱାଶ୍ୱତ ମହାନ୍ତି, ସମ୍ବିତ ମହାନ୍ତି ଓ ବିଷ୍ଣୁ ତିନି ଜଣ ମିଶି ଏହି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ଦୋକାନୀ।

ସୌମ୍ୟଙ୍କ ଅଭିଯୋଗ ମୁତାବକ ସେ ଦୋକାନରେ ନଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କ ସାନ ଭାଇ ନାଆଁ ନେଇ ଖୋଜିଥିଲେ। ସେଠାରେ ଥିବା ଦୋକାନର କର୍ମଚାରୀ ଭୟଭୀତ ହୋଇ ସ୍ଥାନ ଛାଡ଼ି ପଳାଇ ଥିଲେ । ତେବେ ରାଗରେ ଦୋକାନକୁ ଏଠି ସେଠି ହାଣି ପକାଇ ଥିଲେ ଦୁର୍ବୃତ୍ତ । ରାଗରେ ପ୍ରାୟ ୨ ରୁ ୩ ଝୁଡ଼ି ଖଜାକୁ ହାଣି ପକାଇଥିଲେ ।

ଦୋକାନରେ ଥିବା ୪ ରୁ ୫ ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ । ଖବର ପାଇ କୁମ୍ଭାରପଡ଼ା ପୁଲିସ ଘଟଣା ସ୍ଥଳରେ ଛାନଭିନ କରିଛି। ଘଟଣା ବେଳର ଭିଡିଓକୁ ମଧ୍ୟ ପୁଲିସ ନେଇଛି। ଦୁଇଟି ପିସିଆର ଘଟଣା ସ୍ଥଳରେ ପଇଁତରା ମାରିଥିଲେ ହେଁ ଦୁର୍ବୃତ୍ତଙ୍କୁ ଧରି ପୁଲିସ ପାରିନାହିଁ। ବୁଧବାର ସକାଳେ ଆଖଣ୍ଡଳମଣି ମନ୍ଦିରରେ ଗଣେଶ ପୁଷ୍ପାଞ୍ଜଳିକୁ ନେଇ ସାନ ଭାଇ ସହ ୩ ଜଣଙ୍କର ବଚସା ହୋଇଥିବା ଦୋକାନୀ ସୌମ୍ୟ ରଞ୍ଜନ ପାତ୍ର କହିଛନ୍ତି ।

error: Content is protected !!