ଝାରସୁଗୁଡ଼ା: ଗତ ୨୫ ତାରିଖ ରାତିରେ ବିମାନ ବନ୍ଦର ଥାଶନା ଅନ୍ତର୍ଗତ ସାଲେଟିକ୍ରା ଅଞ୍ଚଳରେ ନବ ନିର୍ମିତ ଟାଟା ସୋ’ରୁମ୍ର ୱାଚମ୍ୟାନ୍ ଭାବେ କାର୍ଯ୍ୟରତ ରାମୁ କିଷାନଙ୍କୁ ୩ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୂଜାଲି ଦେଖାଇ ଭୟଭୀତ କରିବା ସହ ତାଙ୍କୁ ଆକ୍ରମଣ କରି ଏକ ମୋବାଇଲ୍ ଫୋନ୍ ଲୁଟ୍ କରି ନେଇଥିଲେ। ଏହି ଘଟଣାରେ ବିମାନ ବନ୍ଦର ଥାନା ପୁଲିସ୍ ଏକ ମାମଲା ରୁଜୁ କରିଥିବା ବେଳେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ମୋବାଇଲ୍ ଜବତ କରିଛି। ଏହାସହିତ ଅଭିଯୁକ୍ତଙ୍କ ନିକଟରୁ ଅପରାଧରେ ବ୍ୟବହାର କରାଯାଇଥିବା ଏକ ଦେଶୀ ପିସ୍ତଲ, ଏକ ଭୂଜାଲି ଓ ୨ଟି ମୋଟର ସାଇକଲ ଜବତ କରାଯାଇଛି।
ଏନେଇ ଏସପି ଜି ଆର୍ ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲର ମନୋଜ ବାରିକ(୨୭), ବ୍ରଜରାଜନଗର ଥାନା ରାମପୁରର ସୁନୀଲ ଯାଦବ(୨୩), ସୁରଜ ପଞ୍ଚମ(୧୯) ଓ ଶିବମ ପାଶୱାନ(୨୦)।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ