ଇସ୍ରାଏଲ ସହ ଶାନ୍ତି ଚୁକ୍ତି ପରେ ପାଲେଷ୍ଟାଇନର ସାଧାରଣ ଲୋକ ଆଶା କରିଥିଲେ ଯେ ଗାଜାରେ ଶାନ୍ତି ଫେରିବ। କିନ୍ତୁ ଇସ୍ରାଏଲ ସହ ଶାନ୍ତି ଚୁକ୍ତି କରିଥିବା ହମାସ ଏବେ ରକ୍ତର ହୋଲି ଖେଳିବା ଆରମ୍ଭ କରିଛି। ଗାଜା ରେ ନିଜର ଦବାଦବା ପ୍ରଦର୍ଶନ କରି ପୁଣି ଶାସନ କରିବାକୁ ହମାସ ପକ୍ଷରୁ ବିଦ୍ରୋହୀଙ୍କ ଜୀବନ ନେବା ଆରମ୍ଭ କରିଛି।ହମାସର ଫାୟାରିଂ ଗ୍ରୁପ ପକ୍ଷରୁ ସର୍ବସମ୍ମୁଖରେ ବିଦ୍ରୋହୀ ଗୋଷ୍ଠୀର ୮ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଇସ୍ରାଏଲର ହମଲା ବେଳେ ଏମାନେ ହମାସ ବିରୋଧରେ ରହିଥିଲେ। ତେଣୁ ସେମାନଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାକୁ ମିଶାଇ ହମାସ ବିଦ୍ରୋହୀ ଗୋଷ୍ଠୀର ୫୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି।ଗାଜାର ଆଭ୍ୟନ୍ତରୀଣ ସୁରକ୍ଷାକୁ ହମାସ ନିୟନ୍ତ୍ରଣ କରିବାକୁ ସକ୍ଷମ ବୋଲି ଶାନ୍ତି ଚୁକ୍ତିରେ ମଧ୍ୟସ୍ଥି ସାଜିଥିବା ଆମେରିକା ରାଷ୍ଟ୍ରପତି ଡୋନରାଲ୍ଡ ଟ୍ରମ୍ପ କହିବାର କିଛି ସମୟରେ ଏପରି ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ମୁଖାପିନ୍ଧା ବନ୍ଧୁକଧାରୀମାନେ ତଥାକଥିତ ଦଣ୍ଡକୁ କାର୍ଯ୍ୟକାରୀ କରୁଛନ୍ତି। - Now Odisha
Skip to content
Post Views: 16
error: Content is protected !!
More Stories
ଚୀନ୍ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ,
ଟ୍ରମ୍ପଙ୍କ କ୍ୟାବିନେଟରୁ ତୁଳସୀ ଗବାର୍ଡ ଦେଲେ ଇସ୍ତଫା , ହଠାତ୍ କାହିଁକି ନେଲେ ଏମିତି ନିଷ୍ପତ୍ତି ?
କେରଳମ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା