April 28, 2026

Now Odisha

Now Odisha

ଛତିଶଗଡ଼ରେ ଗୁରୁବାର ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହିଂସାର ପଥର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସେମାନଙ୍କୁ ସ୍ୱାଗତ କରିବା ସହିତ ଛତିଶଗଡ଼ର ଉତ୍ତର ବସ୍ତରର ଅବୁଝମାଡ଼କୁ ନକ୍ସଲ-ମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି।ଗତକାଲି ଛତିଶଗଡ଼ର ସୁକମା ଜିଲ୍ଲାରେ ୨୭ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଥିଲେ। ଏହି ୨୭ ଜଣଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର ନକ୍ସଲ ମଧ୍ୟ ଥିଲେ।ସେହିଭଳି ଗତକାଲି ମହାରାଷ୍ଟ୍ରର ଗଡଚିରୋଲିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ୬୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ନକ୍ସଲ ନେତା ତଥା ସିପିଆଇ (ମାଓବାଦୀ) ପଲିଟିବ୍ୟୁରୋ ସଦସ୍ୟ ଏମ୍. ଭେନୁଗୋପାଳ ରାଓ ଓରଫ ଭୂପତି ଓରଫ ସୋନୁ।ଅମିତ ଶାହ ‘ଏକ୍ସ’ରେ ଲେଖିଛନ୍ତି, ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତକାଲି ରାଜ୍ୟରେ ୨୭ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେହିପରି ଗତକାଲି ମହାରାଷ୍ଟ୍ରରେ ୬୧ ଜଣ ନକ୍ସଲ ମୁଖ୍ୟସ୍ରୋତକୁ ଫେରିଥିଲେ। ଗତ ଦୁଇ ଦିନରେ ମୋଟ ୨୫୮ ଜଣ ନକ୍ସଲ ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଛନ୍ତି। ହିଂସାକୁ ପରିତ୍ୟାଗ କରିଥିବାରୁ ଓ ଭାରତ ସମ୍ବିଧାନ ଉପରେ ଭରସା କରିଥିବାରୁ ମୁଁ ସେମାନଙ୍କ ନିଷ୍ପତ୍ତିକୁ ପ୍ରଶଂସା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁ ନକ୍ସଲବାଦ ଏବେ ଶେଷ ନିଃଶ୍ୱାସ ନେଉଛନ୍ତି।

error: Content is protected !!