ଭୁବନେଶ୍ୱର,୧୮।୧୦: ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣ କରିଛନ୍ତି ରାଜ୍ୟସରକାର। ନୂଆପଡ଼ା ଜିଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଘୋଷଣା ହୋଇଛି। ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ। ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ ରବିବା ବେଳେ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।
ଚଳିତବର୍ଷ ଦୀପାବଳି ପାଇଁ ସରକାରୀ ଛୁଟିର ତାରିଖ ପରିବର୍ତ୍ତନ ନେଇ ଏକ ଫାଇଲ ରାଜସ୍ବ ବିଭାଗ ପକ୍ଷରୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ସରକାରଙ୍କ ଅନୁମୋଦନ ପରେ ଦୀପାବଳି ଛୁଟି ସେପ୍ଟେମ୍ବର ୨୧(ମଙ୍ଗଳବାର) ପରିବର୍ତ୍ତେ ୨୦ ତାରିଖ(ସୋମବାର)କୁ ଘୋଷଣା ହେବ ବୋଲି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜ୍ଞପ୍ତି ଅନୁଯାୟୀ, ୨୦ /୧୦ ୨୫କୁ ଅତିରିକ୍ତ ଛୁଟି ଭାବେ ଘେଷଣା କରାଯାଇଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…