ନୂଆଦିଲ୍ଲୀ: ଚଣ୍ଡିଗଡ଼ର ଏକ ଫାର୍ମା କମ୍ପାନୀ ମାଲିକ ଦୀପାବଳୀରେ କର୍ମଚାରୀଙ୍କୁ ୫୧ଟି ବିଳାଶପୂର୍ଣ୍ଣ ଏସୟୁଭି କାର୍ (ସ୍କର୍ପିଓ) ଉପହାର ଦେଇ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଭାଇରାଲ୍ ଭିଡିଓରେ MITS ଗ୍ରୁପ୍ ସଂସ୍ଥାପକ ତଥା ଅଧ୍ୟକ୍ଷ ଏମ୍କେ ଭାଟିଆ କର୍ମଚାରୀଙ୍କୁ କାର୍ ଚାବି ଦେଉଥିବା ଦେଖାଯାଇଛି।
ରିପୋର୍ଟ ଅନୁଯାୟୀ, କମ୍ପାନୀର ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଏହି ଉପହାର ମିଳିଛି। ପୂର୍ବରୁ ମଧ୍ୟ ଭାଟିଆ ଦୀପାବଳୀରେ କର୍ମଚାରୀଙ୍କୁ ଗାଡ଼ି ଦେଇଥିଲେ।
୨୦୦୨ରେ ଭାଟିଆଙ୍କ ମେଡିକାଲ୍ ଷ୍ଟୋର୍ ବନ୍ଦ ହୋଇ ଦେବାଳିଆ ହୋଇଯାଇଥିଲା। ୨୦୧୫ରେ MITS ଆରମ୍ଭ କରି ସଫଳତା ପାଇଲେ। ବର୍ତ୍ତମାନ ତାଙ୍କର ୧୨ଟି କମ୍ପାନୀ ଅଛି। ହରିୟାନାର ପଞ୍ଚକୁଲାରେ ମୁଖ୍ୟାଳୟ ରହିଛି। କାନାଡ଼ା, ଲଣ୍ଡନ୍, ଦୁବାଇରେ ଲାଇସେନ୍ସ ନେଇ ବିଦେଶକୁ ବଢ଼ାଇବାକୁ ଯୋଜନା। ନୂଆ ୫ ଡାଇରେକ୍ଟର ନିଯୁକ୍ତି ଦେଇ ଶିଳ୍ପା ଚନ୍ଦେଲଙ୍କୁ ସିଇଓ କରିଛନ୍ତି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…