ଭୁବନେଶ୍ୱର,୨୧।୧୦: ସମ୍ଭାବ୍ୟ ବାତ୍ୟା ଏବଂ ଲଘୁଚାପଜନିତ ଲଗାଣ ବର୍ଷା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରିଛି। ହେଲେ ଭାରତୀୟ ପାଣିପାଗ ସଂସ୍ଥା ଏଯାଏଁ କେବଳ ବର୍ଷା ଆକଳନ କରିଛି।
ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଦକ୍ଷିଣ ଓଡ଼ିଶାକୁ ରେଡ ଆଲେର୍ଟ ଜାରି କରାଯାଇଥିବା ବେଳେ ଉପକୂଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ମନ୍ତ୍ରୀ କହିଛନ୍ତି।

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |