ଭୁବନେଶ୍ଵର :ଭୀଷଣ ବାତ୍ୟା ମନ୍ଥାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ ଅପଡେଟ୍ ମିଳିଛି। ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମନ୍ଥା’। ମଚ୍ଛଲିପଟ୍ଟନମ-କଳିଙ୍ଗପଟ୍ଟନମ ଦେଇ ସ୍ଥଳଭାଗ ଅତିକ୍ରମ କରିବା ନେଇ ସୂଚନା ମିଳିଛି। କାକିନାଡ଼ା ପାଖାପାଖି ୨୮ ତାରିଖ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ। ୨୭ ତାରିଖ ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼େ ମୁହାଁଇବ। ୨୮ ତାରିଖ ବେଳକୁ ଭୀଷଣ ବାତ୍ୟାର ରୂପ ନେବ ‘ମନ୍ଥା’ । ଦକ୍ଷିଣ ଓଡିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତି ପୁରୀ, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାରେ ୫୦ରୁ ୭୦ କିମି ପବନ ବହିପାରେ। ଏ ନେଇ ଆଞ୍ଚଳିକ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

More Stories
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |
ଘୂର୍ଣ୍ଣିଝଡ଼ ତାଣ୍ଡବ: ୨ ମୃତ |