ଗଣେଶ ପୂଜା ଓ ନୂଆଖାଇରେ ଅଘଟଣ ନବରଙ୍ଗପୁର କଳାହାଣ୍ଡି ଆମପାଣି ଘାଟିରେ ଅଜଣା ଗାଡି ଧୋକାରେ ଜଣେ ମୃତ୍ୟୁ ଦୁଇ ଗୁରୁତର


ନବରଙ୍ଗପୁର:(ନିର୍ମଳ ବିଷୋୟୀ):- ଗଣେଶ ପୂଜା ଓ ନୂଆଖାଇ ରେ ଅଘଟଣ ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ଆମପାଣି NH26 ଜାତୀୟ ରାଜ୍ୟ ରାଜପତ ଯାଇଥିବା ମଇଦଲପୁର ଥାନା ଅନ୍ତର୍ଗତ ଖଡ଼କା ବୁଲାଣି ନିକଟରେ ଦୁର୍ଘଟଣା ଘଟିଛି ଦୁର୍ଘଟଣାରେ ଜଣେ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି ! ପ୍ରାପ୍ତ ସୂଚନା ଅନୁଯାଇ ମୈଦଲପୁର ଥାନା ଅନ୍ତର୍ଗତ ଭାଲୁ୍ଝର ଗ୍ରାମର 3ଜଣ ବ୍ୟକ୍ତି ମଇଦଲପୁର ରୁ କୌଣସି କାମରେ ଏକ ମଟର ସାଇକେଲ ଯାହାର ନମ୍ବର OR 247489ଯୋଗେ ଆସି ଗାଁକୁ ଫେରିବା ସମୟରେ ଖଡ଼କା ଘାଟି ପାଖରେ ପଛପଟୁ ଏକ ଅଜଣା ଗାଡି ଧୋକା ଦେଇଥିଲା ଫଳରେ ଉକ୍ତ ତିନିଜଣ ତଳେ ପଡି ଯାଇଥିଲେ, ଗାଡ଼ିରେ ଥିବା ଅର୍ଜୁନ ବିନ୍ଧାଣି (25)ଙ୍କୁ ବହୁତ ମାଡ଼ ହୋଇଥିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ରେ ପଡିରହି ଥିଲେ ଅନ୍ୟ ଦୁଇଜଣ ସେ ମରିଗଲା ଭାବି ଗାଁ ଭିତରକୁ ଚାଲି ଯାଇଥିଲେ, ଓ ଗ୍ରାମବାସୀ ଙ୍କୁ ଜଣାଇଥିଲେ ଗ୍ରାମବାସୀ ପୋଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ ମଇଦଲପୁର ପୋଲିସ ପହଂଚି ଅର୍ଜୁନ ଙ୍କୁ ଉଦ୍ଧାର କରି ପୋଲିସ ଆମ୍ବୁଲାନ୍ସ ଆସିବା ବିଳମ୍ୱ ହବ ବୋଲି ମୈଦଲପୁର ପୋଲିସ ଭେନ ରେ ପାପଡାହାଣ୍ଡି ଡାକ୍ତର ଖାନା କୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘଷଣା କରିଥିଲେ, ଅନ୍ୟମାନଙ୍କ ମଧ୍ୟରୁ ହରିବନ୍ଧୁ ମୁଦୁଲି ଙ୍କୁ ମଧ୍ୟ ମାଡ଼ ହୋଇଥିବାରୁ ସେ ପାପଡାହାଣ୍ଡି ରେ ହିଁ ଚିକିତ୍ସା ହେଉଛନ୍ତି, ଅନ୍ୟଜଣେ ବ୍ୟକ୍ତି ଘଟଣା ସ୍ଥଳରୁ କୁଆଡେ ଚାଲି ଯାଇଥିବାରୁ ତାର କୌଣସି ତଥ୍ୟ ମିଳିପାରିନଥିଲା, ସୂଚନା ଥାଉକି ଅନେକେ ଥର ଲୋକେ 108ଆମ୍ବୁଲାନ୍ସ କୁ ଫୋନ କଲେ ମଧ୍ୟ ପହଂଚି ପାରୁନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି l ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେବେ ବୋଲି ଥାନା ଅଧିକାରୀ ନଟବର ନନ୍ଦ ପ୍ରକାଶ କରିଛନ୍ତି l ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


error: Content is protected !!