January 26, 2026

Now Odisha

Now Odisha

ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା: ୨୧ ଦିନ ପରେ ସ୍ବାମୀ ଏବିଡିିଓ ଗିରଫ …

Spread the love

ହାଟଡିହୀ,୨୬।୧୦ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ଗ୍ରାମରେ ୨ ଅକ୍ଟୋବରରେ ଏବିଡ଼ିଓ ଦେବୀ ପ୍ରସାଦ ଜେନା ସ୍ତ୍ରୀ ସୁଦେଷ୍ନା (୪୨ )ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଉକ୍ତ ଘଟଣାରେ ଅଭିଯୁକ୍ତ ଦେବୀ ପ୍ରସାଦ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଥିଲା। ପଡୋଶୀ ଭଦ୍ରକ, ଯାଜପୁର, ବାଲେଶ୍ୱର ପ୍ରଭୃତି ଜିଲା ଏବଂ ଅନ୍ୟସ୍ଥାନ ମାନଙ୍କରେ ପୋଲିସ ଚଢ଼ାଉ ଜାରି ରଖିଥିଲା। ଦୀର୍ଘ ୨୧ ଦିନ ପରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଅଭିଯୁକ୍ତ ଏବିଡିିଓ ଦେବୀ ପ୍ରସାଦଙ୍କୁ ଗିରଫ କରିଛି। ରାତି ପ୍ରାୟ ଦୁଇଟା ବେଳେ ଭଦ୍ରକ ପଟୁ ଏକ ସାଇକେଲ ଚଳାଇ ସେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ପୋଲିସ ପୂର୍ବ ସୂଚନା ମୁତାବକ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଆନନ୍ଦପୁର ଡିଏସପି ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଅଭିଯୁକ୍ତ ଏବଡିିଓଙ୍କୁ ଧରିବା ପାଇଁ ଏକ ସ୍ପେଶାଲ ଟିମ ଗଠନ ହୋଇଥିଲା
ସୂଚନା ଯୋଗ୍ୟ, ଅଭିଯୁକ୍ତ ଦେବୀ ପ୍ରସାଦ ଭଦ୍ରକ ଜିଲା ବନ୍ତ ବ୍ଲକରେ ଏବିଡିଓ ଭାବେ ଏବେ କାର୍ଯ୍ୟରତ ଅଛନ୍ତି । ପୁଅ ସତ୍ୟ ପ୍ରକାଶଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୋଲିସ ଏକ ହତ୍ୟା ମାମଲା ନଂ ୨୯୪/୨୦୨୫ ରୁଜୁ କରିଥିଲା । ବନ୍ତ ବ୍ଲକ ବିଡିଓ ସୀତାକାନ୍ତ ରାଉତଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଏବିଡିଓ ବିନା ଛୁଟି ଦରଖାସ୍ତରେ ବ୍ଲକ କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି । ତାଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୂଚନା ଆମ ପାଖରେ ନାହିଁ ।

error: Content is protected !!