ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୁଲିସ। ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବେତ୍ରାପଡ଼ାର ଅଶୋକ ନାୟକ (୨୮), ଫୁଲମୁଠିର ଅଭିଷେକ ହୋତା (୨୩) ଓ ଲଛିପୁର ଥାନା ରେଙ୍ଗାଲିର ଜୟନାରାୟଣ ବସ୍ତିଆ (୨୭)।ସାଂଘାତିକ କଥା ହେଉଛି, ଅଭିଯୁକ୍ତମାନେ ପ୍ରାୟ ୨ ଲକ୍ଷ ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ୍ ବଜାରକୁ ଛାଡ଼ି ଦେଇଛନ୍ତି।ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ କହିଛନ୍ତି, ନକଲି ଟଙ୍କା କାରବାର ନେଇ ଗତକାଲି ଆମ ପାଖକୁ ଏକ ବିଶେଷ ସୂଚନା ଆସିଥିଲା। ଏହି ସୂଚନା ଆଧାରରେ ବିନିକା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ନମ୍ବର ଆମକୁ ମିଳିଥିଲା। ସେମାନଙ୍କ ମୋବାଇଲ ଫୋନ୍କୁ ଟ୍ରାକ୍ କରି ସେମାନଙ୍କ ଉପସ୍ଥିତି ଜାଣିବାକୁ ସକ୍ଷମ ହୋଇଥିଲା ତଦନ୍ତକାରୀ ଟିମ୍। ଏହା ପରେ ସେମାନେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିଥିଲେ। ସେମାନଙ୍କୁ ଯାଞ୍ଚ କରାଯିବା ସହିତ ସେମାନଙ୍କ ଘରେ ଖୋଜାଖୋଜି କଲା ବେଳେ ନକଲି ନୋଟ୍ ଜବତ କରାଯାଇଥିଲା।ଏସ୍ପି କହିଛନ୍ତି, ୩ ଅଭିଯୁକ୍ତଙ୍କ ପାଖରୁ ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା। ଜେରା ବେଳେ ଅଭିଯୁକ୍ତମାନେ କହିଥିଲେ ଯେ ସେମାନେ ଦେଢ଼ ମାସ ତଳେ ବରଗଡ଼ ଜିଲ୍ଲାର ଜଣେ ବ୍ୟକ୍ତିଙ୍କଠାରୁ ଏହି ନକଲି ନୋଟ୍ କିଣିଥିଲେ। ସେମାନେ ପ୍ରାୟ ୧ ଲକ୍ଷ ଟଙ୍କା ଦେଇ ୬ ଲକ୍ଷ ଟଙ୍କାର ନକଲି ନୋଟ୍ କିଣିଥିଲେ। ଏବେ ସେମାନଙ୍କଠାରୁ ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିବା ବେଳେ ବାକି ୧ ଲକ୍ଷ ୯୮ ହଜାର ୫୦୦ ଟଙ୍କାର ନକଲି ନୋଟ୍ ମିଳିନାହିଁ। ଆମେ ଭାବୁଛୁ, ସେମାନେ ଗତ ମାସେ ଭିତରେ ବିଭିନ୍ନ ଲୋକଙ୍କୁ ସେହି ନକଲି ନୋଟ୍ ଦେଇ ଦେଇଛନ୍ତି।ବରଗଡ଼ରୁ ଯେଉଁ ବ୍ୟକ୍ତିଙ୍କଠାରୁ ଏହି ଅଭିଯୁକ୍ତମାନେ ନକଲି ନୋଟ୍ କିଣିଥିଲେ, ତାଙ୍କ ବିଷୟରେ ସେମାନେ ବେଶୀ କିଛି ସୂଚନା ଦେଇ ନାହାନ୍ତି। ପୁଲିସ ଏ ଦିଗରେ ତଦନ୍ତ କରି ଏହି ନକଲି ନୋଟ୍ କାରବାରର ମୂଳରେ ପହଞ୍ଚିବାକୁ ଓ ବରଗଡ଼ର ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଏସ୍ପି ଶ୍ରୀ ନାୟକ କହିଛନ୍ତି। admin October 27, 2025 Spread the love Post Views: 0 Continue Reading Previous: ରାଜ୍ୟ ପୋଲିସ ମୁଖ୍ୟାଳୟପ୍ରେସ ନୋଟNext: ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫ ଉଦଘାଟିତ: ଯୋଗ ଦେଲେ ମୁଖ୍ୟମନ୍ତ୍ରୀ… Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ