March 15, 2026

Now Odisha

Now Odisha

ବାତ୍ୟା ମନ୍ଥା ପାଇଁ ୩୨ ଟ୍ରେନ୍ ବାତିଲ…

Spread the love

ଭୁବନେଶ୍ଵର:ସାଇକ୍ଲୋନ ମନ୍ଥାକୁ ଦୃଷ୍ଟି ରଖି ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ ପରିଚାଳନା ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ବ୍ୟାପକ ପ୍ରସ୍ତୁତି ହୋଇଛି। ପରିସ୍ଥିତିର ତଦାରଖ ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି। ଘୂର୍ଣ୍ଣିଝଡ଼ ସମୟରେ ନିରନ୍ତର ସଂଯୋଗ ବଜାୟ ରଖିବା ପାଇଁ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି।
ଘୂର୍ଣ୍ଣିଝଡ଼ ପ୍ରଭାବ ପରେ ଟ୍ରାକ୍, ସିଗନାଲିଂ ସିଷ୍ଟମ, ଓଏଚଇ ଏବଂ ବିଦ୍ୟୁତୀକରଣ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ରେଳ ପରିସର ନିକଟରେ ସମସ୍ତ ହୋର୍ଡିଂ, ଲୁଜ୍ ସିଟ୍ ଏବଂ ନିର୍ମାଣ ସାମଗ୍ରୀକୁ ସୁରକ୍ଷିତ ରଖାଯାଇଛି। ସୁଗମ ଜଳ ନିଷ୍କାସନ ମାର୍ଗ ପାଇଁ ଡ୍ରେନେଜ୍ ଲାଇନ୍ ସଫା କରି ନିମ୍ନଭାଗ ଏବଂ ଜଳ ଜମା-ପ୍ରବଣ ଅଞ୍ଚଳଗୁଡ଼ିକୁ କଡ଼ାକଡ଼ି ତଦାରଖ କରାଯାଉଛି। ୨୭ ତାରିଖରେ ବିଶାଖାପାଟଣାରୁ ଏବଂ ୨୮ ତାରିଖରେ ବ୍ରହ୍ମପୁରରୁ ୧୮୫୨୬/୧୮୫୨୫ ବିଶାଖାପାଟଣା-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ ବାତିଲ ରହିବ।
୨୭ ତାରିଖରେ ବିଶାଖାପାଟଣାରୁ ଏବଂ ୨୯ ତାରିଖରେ ଅମୃତସରରୁ ୨୦୮୦୫/୨୦୮୦୬ ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ଏକ୍ସପ୍ରେସ ବାତିଲ ରହିବ। ୨୮ ଅକ୍ଟୋବର ୨୦୨୫ ରେ ଉଭୟ ପାର୍ଶ୍ୱରୁ ୬୭୨୮୯/୬୭୨୯୦ ବିଶାଖାପାଟଣା-ପଲାସା-ବିଶାଖାପାଟଣା ମେମୁ ଏବଂ ୫୮୫୩୧/୫୮୫୩୨ ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ବାତିଲ ରହିବ।
୨୮ ତାରିଖରେ କଟକରୁ ଏବଂ ୨୯ ଅକ୍ଟୋବର ରେ ଗୁଣୁପୁରରୁ ୬୮୪୩୩/ ୬୮୪୩୪ କଟକ-ଗୁଣୁପୁର-କଟକ ମେମୁ ବାତିଲ ରହିବ। ୨୮ ଅକ୍ଟୋବରରେ ଭୁବନେଶ୍ୱରରୁ ଛାଡୁଥିବା ୧୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍, ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ୨୦୮୫୧ ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ ବାତିଲ ରହିବ। ଆଜି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୧୮୪୪୭ ଭୁବନେଶ୍ୱର-ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ୍ ରାୟଗଡା ପର୍ଯ୍ୟନ୍ତ ଚଳାଚଳ କରିବ। ଏବଂ ରାୟଗଡାରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ ।

error: Content is protected !!