ବେଆଇନ ଚୋରା ପଥର ଖାଦାନରୁ ପଡି ଶ୍ରମିକଙ୍କ ମୃତ୍ୟୁ


ବାଲେଶ୍ବର:(ଭଗବାନ ପଣ୍ଡା):- ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧୀନ ଶାରିଶୁଆ କପିଳଝରି ବନ୍ଧନଟା ପାହାଡର ୪୧ନମ୍ବର ପଥର ଖାଦାନରେ ପଡି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।ମୃତ ଶ୍ରମିକ ଜଣକ ହେଲେ ଗଡପୋଖରୀ ପଞ୍ଚାୟତ ଗାଭର ଗ୍ରାମର ଲକ୍ଷ୍ମଣ ବେଦାନ୍ତ(୫୫)।ଗାଭର ଗ୍ରାମ ପାଖ ଶାରିଶୁଆ ପାହାଡ଼ରେ ଥିବା ୪୧ନଂ ଖଣିକୁ ଲକ୍ଷ୍ମଣ ଙ୍କୁ ଆଜି ଅଜୟ ବେଦାନ୍ତ ନାମକ ଜଣେ ଖଣି ମାଫିଆ କାମ କରିବାକୁ ଡାକି ନେଇଥିଲେ,ଖଣିରେ କାମକରୁଥିବା ସମୟରେ ଖଣି ତଳକୁ ଖସିପଡିଥିଲେ।ଫଳରେ ଲକ୍ଷ୍ମଣ ପଥରରେ ପିଟି ହୋଇ ଗୁରୁତର ହୋଇପଡିଥିଲେ।ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ।ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିଲା।ଏହି ଖଣିଟିକୁ ରାଜସ୍ୱ ବିଭାଗ ଦ୍ଵାରା ଲିଜ ଦିଆଯାଇନଥିବାବେଳେ ଖଣି ମାଫିଆମାନେ ବେଆଇନଭାବେ ଖଣି ଖନନ କରି ପ୍ରତ୍ୟକଦିନ ଶହ ଶହ ଟ୍ରିପ ମେଟାଲ, ଚିପ୍ସ ଚୋରାଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ।ବେଆଇନ ଖଣି ଖନନ ଯୋଗୁଁ ବିଭିନ୍ନ ସମୟରେ ଜୀବନ ହାନି ହେଉଥିବାବେଳେ ସବୁ ଜାଣିଶୁଣି ପ୍ରଶାସନ ଚୁପ ବସୁଥିବା ଅଭିଯୋଗ ହୋଇଛି।ଲକ୍ଷ୍ମଣଙ୍କ ପରିବାରକୁ ସହୟତା ପ୍ରଦାନ ସହ ଅଞ୍ଚଳରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।ଅନ୍ୟପଟେ ଅଜୁ ବେଦାନ୍ତ ନାମକ ଜଣେ ଚୋରା ଖଣି ମାଫିଆ ସବୁଦିନ ଗାଁରୁ ଶ୍ରମିକ ମାନଙ୍କୁ ଡାକି ଖଦାନରେ ପଥର ଉଠାଇବା କାର୍ଯ୍ୟରେ ଲଗାଉଥିବା ଗ୍ରାମବାସୀ କହିବା ସହିତ ଖଣିମାଫିଆଙ୍କ ଉପରେ କର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି।ଆଗରୁ ବହୁବାର ଖବର ପ୍ରସାରଣ ସତ୍ତ୍ୱେ ମଧ୍ଯ ପ୍ରଶାସନ କୌଣସି ଚୋରା ଖଣି ମାଫିଆ ମାନଙ୍କ ଉପରେ କାର୍ଯ୍ୟାନଷ୍ଠାନ ଗ୍ରହଣ ନ କରିବା ପ୍ରଶ୍ନବାଚି ସୃଷ୍ଟି କରିଛି,


error: Content is protected !!