ପାତ୍ରପୁର: ସାମୁଦ୍ରିକ ଝଡ ମନ୍ଥା ପ୍ରଭାବରେ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ୍ ରେ ଜିଲ୍ଲାର ସର୍ବାଧିକ ବୃଷ୍ଟି ରେକଡ୍ ହୋଇଛି। ବର୍ଷା ଫଳରେ ଦୁର୍ଗମ ପାହାଡ ଅଞ୍ଚଳରେ ଆଦିବାସୀ କରିଥିବା ବିଭିନ୍ନ ଫସଲ ମାଟିରେ ଅତଡାରେ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ଗତକାଲି ରାତିରେ ପ୍ରବଳ ବର୍ଷା ଫଳରେ ପାହାଡ ତଳ ତାଡ଼କା ସାହି ଠାରୁ ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ଗ୍ରାମ ନିକଟ ରାଇ ପାଟ ନିକଟରେ ମାଟି ଅତଡା ଖସି ପଡିଛି।
ଫଳରେ ପାହାଡ ଉପରେ ଥିବା ଆଙ୍କୁଲି ବୁରାତଲା ପଂଚାୟତର କୋଡ଼ିଏରୁ ଉର୍ଦ୍ଧ ଗ୍ରାମର ଯାତାୟତ ବନ୍ଦ ହୋଇଯାଇଛି। ଗତକାଲି ଏହି ରାସ୍ତା ଚରିଆ ବାଡ୍ ଘାଟିରେ ଗଛ ସହିତ ପଥର ପଡ଼ିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ତୁରନ୍ତ ରାସ୍ତା ସଫା କରିଥିଲେ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |