March 13, 2026

Now Odisha

Now Odisha

ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ ଅଟକ…

Spread the love

ସିମୁଳିଆ: ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ ସିମୁଳିଆ ଥାନାରେ ଅଟକ। ନାବାଳିକାଙ୍କ ପରିବାର ପକ୍ଷରୁ ସିମୁଳିଆ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମଇତାପୁର ପଞ୍ଚାୟତ ଗୌରଗଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମହାନ୍ତିଙ୍କ ସ୍ୱାମୀ ରବୀନ୍ଦ୍ର ନାୟକ ପ୍ରତିଦିନ ସ୍ତ୍ରୀଙ୍କୁ ବିଦ୍ୟାଳୟ ଛାଡିବାକୁ ଆସନ୍ତି। ବୁଧୁବାର ଦିନ ବି ସେ ତାଙ୍କ ସ୍ତ୍ରୀଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଆସିଥିଲେ। ସୁଜାତା ଶ୍ରେଣୀ ଗୃହକୁ ଚାଲିଯିବା ପରେ ଜଣେ ଛାତ୍ରୀ ବିଦ୍ୟାଳୟ କାର୍ଯ୍ୟାଳୟ ଝାଡୁ ଦେଉଥିଲେ।ଏହାର ସୁଯୋଗ ନେଇ ରବୀନ୍ଦ୍ର ଛାତ୍ରୀ ଜଣକୁ ଭିଡି ନେଇ ଅସଦାଚରଣ କରିଥିଲେ।
ଛାତ୍ରୀ ଜଣକ ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ ଥାନାରେ ଅଭିଯୋଗ କରାଯାଇଥିଲା। ଖବର ପାଇ ଗ୍ରାମବାସୀ ଗୁରୁବାର ରବୀନ୍ଦ୍ର ବିଦ୍ୟାଳୟକୁ ଆସିଥିବା ସମୟରେ କାର୍ଯ୍ୟାଳୟ ପରିସରରେ ଅଟକ ରଖିଥିଲେ। ଖବର ପାଇ ପୁଲିସ ରବୀନ୍ଦ୍ରକୁ ସେଠାରୁ ଉଠାଇ ଥାନାକୁ ଆଣିଥିଲା। ଏହି ଘଟଣଣାରେ ଥାନାରେ ଏକ ମାମଲା(୫୨୫/୨୫) ରୁଜୁ ହୋଇଛି। ଜିଲ୍ଲା ଶିଶୁ ସହାୟତା କମିଟିର କର୍ମକର୍ତ୍ତା ପଞ୍ଚାନନ ତ୍ରିପାଠୀ ଓ ଜ୍ୟୋତିର୍ମୟୀ କର ଏବଂ ସିମୁଳିଆ ମହିଳା ଶିଶୁ ବିକାଶ ପକ୍ଷରୁ ଛାତ୍ରୀଙ୍କ ସହ ସାକ୍ଷାତ କରି ତଦନ୍ତ କରାଯାଇଛି। ସେମାନେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି।

error: Content is protected !!